
କେନ୍ଦ୍ରାପଡ଼ା, ୨୮ ଜାନୁଆରୀ(ହି.ସ.) – ବିଜେଡି ସରକାର ୨୪ ବର୍ଷ ଶାସନ କାଳରେ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ କରି ନପାରିବା ଓ ଡବଲ ଇଂଞ୍ଜିନ ସରକାର କେନ୍ଦ୍ରରେ ୧୨ ବର୍ଷ ଓ ରାଜ୍ୟରେ ୨ ବର୍ଷ ଶାସନ କଲାପରେ ଅନ୍ୟ ଜିଲ୍ଲା ମାନଙ୍କରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉ ଥିବାବେଳେ ଏକମାତ୍ର ଉପକୂଳ ର କେନ୍ଦ୍ରାପଡା ଜିଲ୍ଲା ଉପେକ୍ଷିତ ହେବା ତତ୍ ସହିତ ଲୋକମାନେ ଏଥିପ୍ରତି ସମର୍ଥନ ଜଣାଇ ଗଣତାନ୍ତ୍ରିକ ଭାବରେ ଆନ୍ଦୋଳନ କଲେ ମଧ୍ୟ ସରକାର ଭୁକ୍ଷେପ କରିନାହାଁନ୍ତି। ହକ ପଇଁ ଏକ ହେବା ନ୍ୟାୟରେ ଦଳମତ ନିର୍ବିଶେଷ ରେ ସମସ୍ତ କେନ୍ଦ୍ରାପଡା ବାସୀ ଏକଜୁଟ ହୋଇ ଅସନ୍ତା ବିଧାନସଭା ରେ କେନ୍ଦ୍ରାପଡା ମେଡିକାଲ କଲେଜ କିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ଗ୍ରହଣ ହୋଇଛି। ଏହା ସହିତ ଆସନ୍ତା ସପ୍ତାହରେ ମହାକାଳପଡା ବ୍ଲକ ଓ ରଜକନିକା ବ୍ଲକ ସମ୍ମୁଖରେ ଗଣଧାରଣା ସଂଗଠିତ ହେବ। ଏଥିପାଇଁ କେନ୍ଦ୍ରାପଡା ପବ୍ଲିକ ରିଡିଂ ରୁମରେ କେନ୍ଦ୍ରାପଡାରେ ମେଡିକାଲ କଲେଜ କିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକ ଅଧ୍ୟାପକ ଅଜୟ ସାମଲଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସଂପାଦକ ରମଣୀ ରଞ୍ଜନ ରାଉତରାୟ, ଆବାହକ ଗୟାଧର ଧଳ, କଂଗ୍ରେସର ବରିଷ୍ଠ ନେତା ପ୍ରଫୁଲ୍ଲ ଦାସ, ଆଦିକନ୍ଦ ରାଉଳ, ମୁକ୍ତାର ଖାନ, ଅଙ୍କୁର ପଲେଇ, ବୈଷ୍ଣବ ସ୍ୱାଇଁ ପ୍ରଭୃତି ଆଲୋଚନା ରେ ଅଂଶ ଗ୍ରହ କରିଥିଲେ ।
.......................................
ହିନ୍ଦୁସ୍ଥାନ ସମାଚାର / ରବି