ନୂଆପଡ଼ା ଜିଲ୍ଲାରେ ବନ୍ଦ ପାଳନ ସଫଳ
ନୂଆପଡ଼ା, ୨୮ ଜାନୁଆରୀ (ହି.ସ.)- ଧାନ ମଣ୍ଡିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା କମ୍ପାନୀର ଜୁଲୁମ୍ ଓ ପ୍ରଦୂଷଣ ନାମରେ ଲୋକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରି ଆଜି ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଆଠ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ନୂଆପଡ଼ା ଜିଲ୍ଲାର ନୂଆପଡ଼ା ସମେତ ଖଡ଼ିଆଳ, ବୋଡ଼େ
Nuapada re band palan


ନୂଆପଡ଼ା, ୨୮ ଜାନୁଆରୀ (ହି.ସ.)- ଧାନ ମଣ୍ଡିରେ ଅବ୍ୟବସ୍ଥା, ସ୍ମାର୍ଟ ମିଟର ନାମରେ ଟାଟା କମ୍ପାନୀର ଜୁଲୁମ୍ ଓ ପ୍ରଦୂଷଣ ନାମରେ ଲୋକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରି ଆଜି ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଆଠ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ନୂଆପଡ଼ା ଜିଲ୍ଲାର ନୂଆପଡ଼ା ସମେତ ଖଡ଼ିଆଳ, ବୋଡ଼େନ, କୋମନା, ସିନାପାଲିରେ ମଧ୍ୟ ସଂଗଠନ ତରଫରୁ ବନ୍ଦ କରାଯାଇଛି। ସହରର ମିଶନ ଛକ, ବୋଡ଼େନ ଛକ, ଆମ୍ବେଦକର ଛକ ଆଦି ସ୍ଥାନରେ ରାସ୍ତାରୋକ କରି ଆନ୍ଦୋଳନ କରାଯାଇଥିଲା। ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିଥିଲା। ସରକାର ଦାବି ଗ୍ରହଣ ନକଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ। ବନ୍ଦକୁ କଂଗ୍ରେସ ଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ କରିଥିଲେ। ଆଜିର ଆନ୍ଦୋଳନରେ ନବ ନିର୍ମାଣ କୃଷକ ସଂଗଠନର ସଭାପତି କେଶବ ବେହେରା, ସମ୍ପାଦକ ଚୈତନ୍ୟ ତାଣ୍ଡି, କଂଗ୍ରେସ ନେତା କମଳ ଚରଣ ତାଣ୍ଡି, ପ୍ରବୀଣ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande