ନିର୍ମାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୮ ଜାନୁୟାରୀ (ହି.ସ)- ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ବୁଧବାର ଦିନ ନିର୍ମାଣ ବିଭାଗର ସମୀକ୍ଷା ବୈଠକ ଲୋକସେବା କନଭେନସନ୍ ହଲ ରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ରାଜପଥର ୨୯ ଟି ପ୍ରୋଜେକ୍ଟ, ଓବିସିସିର ୨୧ ପ୍ରକଳ୍ପ, ରାସ୍ତା ବିଭାଜନର ୧୨ ଟି ପ୍ରୋଜେକ୍ଟ, ବ
ରକଚତରଦଜଗହଗଦ୦ହ


ଭୁବନେଶ୍ୱର, ୨୮ ଜାନୁୟାରୀ (ହି.ସ)- ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ବୁଧବାର ଦିନ ନିର୍ମାଣ ବିଭାଗର ସମୀକ୍ଷା ବୈଠକ ଲୋକସେବା କନଭେନସନ୍ ହଲ ରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ରାଜପଥର ୨୯ ଟି ପ୍ରୋଜେକ୍ଟ, ଓବିସିସିର ୨୧ ପ୍ରକଳ୍ପ, ରାସ୍ତା ବିଭାଜନର ୧୨ ଟି ପ୍ରୋଜେକ୍ଟ, ବ୍ରିଜ ନିର୍ମାଣର ୧୨ , ବିଲ୍ଡିଂର ୧୨ ପ୍ରୋଜେକ୍ଟକୁ ନେଇ ସମୀକ୍ଷା କରିଥିଲେ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସମୁଦାୟ ୮୨ ଟି ପ୍ରୋଜେକ୍ଟକୁ ନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ଏହି ପ୍ରୋଜେକ୍ଟ କେତେ ଦିନ ଭିତରେ ସରିବ ସେନେଇ ସମୟ ନିର୍ଧାରଣ କରାଯାଇଛି। ଜଙ୍ଗଲ ବିଭାଗ, ବିଦ୍ୟୁତ୍‌, ରେଭେନ୍ୟୁ ବିଭାଗ ଭଳି ଅନେକ ବିଭାଗ ତଥା ଜିଲ୍ଲା ସହ ଥିବା ସମସ୍ୟାକୁ ସମାଧାନ କରାଯାଇ ପ୍ରୋଜେକ୍ଟ ଆଗକୁ ବଢାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଏହି ବୈଠକ ରେ ବିଭାଗୀୟ ଯନ୍ତ୍ରୀ, ଠିକାଦାର ଓ ଅନ୍ୟ ଏଜେନ୍ସି ମାନେ ମଧ୍ୟ ଯୋଗ ଦେଇଥିଲେ। ପ୍ରୋଜେକ୍ଟ ଠିକ୍ ସମୟରେ ସାରିବାକୁ ଲକ୍ଷ୍ୟ ରଖା ଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande