ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା : ଯାଜପୁରରେ ପ୍ରବାହ : ଜାତୀୟ ରାଜପଥରେ ଅଟକିଲା ଶହଶହ ଗାଡି
ଧର୍ମଶାଳା,୨୮ଜାନୁଆରୀ(ହି.ସ.) - ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ତେବେ ଆଜି ଏହି ବନ୍ଦ ପ୍ରବାହ ଯାଜପୁରରେ ଦେଖିବାକୁ ମିଳିଛି । ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆ ଯାଇଥିଲା । ଯାଜପୁର ଜିଲା ଚଣ୍ଡିଖୋଲ ଟ୍ରାପିକ୍ ପୋଷ୍ଟ ଉପରେ ଶତାଧିକ ନବ ନି
ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା : ଯାଜପୁରରେ ପ୍ରବାହ :


ଧର୍ମଶାଳା,୨୮ଜାନୁଆରୀ(ହି.ସ.) - ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ତେବେ ଆଜି ଏହି ବନ୍ଦ ପ୍ରବାହ ଯାଜପୁରରେ ଦେଖିବାକୁ ମିଳିଛି । ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆ ଯାଇଥିଲା । ଯାଜପୁର ଜିଲା ଚଣ୍ଡିଖୋଲ ଟ୍ରାପିକ୍ ପୋଷ୍ଟ ଉପରେ ଶତାଧିକ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତା ,ସ୍ଥାନୀୟ ଅଂଚଳର ଚାଷୀ ୧୬ ନଂ ଜାତୀୟ ରାଜପଥ ଉପରେ ବସି ରହି ଚାଷୀ ସମସ୍ୟା,ପ୍ରଦୂଷଣ ଓ ଟାଟା ପାୱାରର ମନମୁଖୀ କାର୍ଯ୍ୟ ପ୍ରତିବାଦ,ସବୁ ଚାଷୀଙ୍କ ଧାନ ଏମ୍‌ଏସପି ଓ ଇନ ପୁଟ ସବସିଡ ମିଶାଇ କ୍ୱିଂଟାଲ ପିଛି ୩୧ଶହ ଟଙ୍କା କିଣା ଯାଉ ବୋଲି ଦାବି କରିଥିଲେ । ତେବେ ଏହି ବନ୍ଦକୁ ଓଡିଶା ପ୍ରଦେଶ କଂଗ୍ରେସ ସମର୍ଥନ ଦେଇଥିବା ବେଳେ ଧର୍ମଶାଳା ଓ ବଡଚଣା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ୧୬ ନଂ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଶହଶହ ଗାଡି ଅଟକି ରହିଥିବା ବେଳେ ଆମ୍ବୁଲାନ୍ସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଯାଉଥିବ ଗାଡିମାନଙ୍କୁ ଛାଡି ଦିଆଯାଇଥିବା ଦେଖିବାକୁ ମିଳି ଥିଲା । ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୃତୟନ ହୋଇଥିବା ଦେଖିବାକୁ ମିଳି ଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande