
ଭୁବନେଶ୍ୱର, ୨୮ ଜାନୁୟାରୀ (ହି.ସ)- ବିଜେଡିର ନେତୃତ୍ୱ କଳିକେଶଙ୍କୁ ଦେବା ନେଇ ଦିବ୍ୟଶଙ୍କର ମିଶ୍ର ଦେଇଥିବା ମନ୍ତବ୍ୟ ପ୍ରସଙ୍ଗରେ ମତ ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି କଳିକେଶ ବାବୁଙ୍କ ଯୋଗ୍ୟତା ଉପରେ ମୋର କିଛି କହିବାର ନାହିଁ, ସେ ଜଣେ ଉଚ୍ଚ ଶିକ୍ଷିତ ନେତା। ମୁଖ୍ୟ କଥା ହେଉଛି ନବୀନ ବାବୁ ଆଗ ଅପେକ୍ଷା ଏବେ ଅଧିକ ସୁସ୍ଥ ଅଛନ୍ତି, ଯଥାବି ଦଳରେ ଏତେ ବିଶୁଙ୍ଖଳା କାହିଁକି। ଦଳର ଭିତିରି କଥା ବାହାରେ କେଉଁଭଳି କହିପାରୁଛନ୍ତି ତାଙ୍କ ଦଳର ନେତା। ଏହା ଉପରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନେବା କଥା। ରାଜ୍ୟସଭା ନିର୍ବାଚନରେ ବିଜେପିକୁ ସହଯୋଗ କରିବା ପାଇଁ ବିଜେଡି ଜାଣି ଶୁଣି ଏଭଳି ପରିସ୍ଥିତି କରାଉଛି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା