
ଭୁବନେଶ୍ୱର, ୨୮ ଜାନୁୟା। ରୀ (ହି.ସ)- ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯିଏ ନିର୍ବାଚନ ଲଢ଼େ ସେ ସମସ୍ତଙ୍କୁ ଭୋଟ ମାଗେ। ଯିଏ ଯିଏ ଆମକୁ ସାହାଯ୍ୟ କରିବେ ଆମେ ତାଙ୍କୁ ସମର୍ଥନ ମାଗିବୁ। ସମୟ ଆସୁ ଆମର ଶକ୍ତି କେତେ ଅଛି ଆମେ କେତେଟା ସିଟ ଜିତି ପାରିବୁ ଓ ବଳକା ଭୋଟ କେତେ ରହୁଚି। ବଳକା ଭୋଟରେ ଆଉ ଗୋଟେ ସିଟ ହୋଇ ପାରିବ କି ନାହିଁ ତାର ହିସାବ କିତାବ କରି ନିଷ୍ପତି ନେବୁ ।ନବୀନ ବାବୁ ସମର୍ଥନ ଦେବେ କି ନାହିଁ ନିଷ୍ପତି ସେ ନେବେ। ବିଭିନ୍ନ ଦଳରେ ଅନ୍ତର୍ଦ୍ୱନ୍ଦ ଚାଲିଛି, ଦଳୀୟ କନ୍ଦଳ ରାଜା ରାସ୍ତାରେ ପହଂଚିଲାଣି। ରାଜ୍ୟସଭା ନିର୍ବାଚନ ବେଳକୁ ସେ ଦଳ ଥିବ କି ନଥିବ ଦେଖନ୍ତୁ।
ଅନ୍ୟପକ୍ଷରେ ପିସିସି ସଭାପତି ଭକ୍ତ ଦାସ ନବୀନଙ୍କ ଭେଟିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ କୁ ବିଜେଡି ସମର୍ଥନ ଦେବାର ସମ୍ଭାବନା ଦେଖୁଥିବ କଂଗ୍ରେସ । ସେଥିପାଇଁ ପିସିସି ସଭାପତି ଏଭଳି ମନ୍ତବ୍ୟ ରଖିଛନ୍ତି । ବିଧାନସଭା ରେ ଅନେକ ସମୟରେ ବିଜେପି କୁ ଘେରିବା ପାଇଁ ନିଜକୁ ଅଣ କଂଗ୍ରେସ କହୁଥିବା ବିଜେଡି କଂଗ୍ରେସ ସହ ହାତ ମିଳାଇ ଦିଏ । ବିଗତ ନିର୍ବାଚନ ରେ ବି କଂଗ୍ରେସ ସହ ବିଜେଡି ମ୍ୟାଚ ଫିକ୍ସିଂ କରିଥିଲା । କଂଗ୍ରେସ ଅନୁମାନ କରୁଥିବ ରାଜ୍ୟସଭା ନିର୍ବାଚନରେ ସମର୍ଥନ ମାଗିଲେ ନବୀନ ସମର୍ଥନ ଦେବେ । ନବୀନ ବାବୁ ନିଷ୍ପତି କରନ୍ତୁ କଂଗ୍ରେସ କୁ ସମର୍ଥନ ଦେବେ କି ନାହିଁ । ଘୋଡ଼ା ବେପାର କରିବା ଆଉ ଯେଉଁମାନେ ମାନେ ବିଚାର ଧାରାର ବିରୋଧୀ ସେମାନଙ୍କୁ ଯଦି ନବୀନ ବାବୁ ସମର୍ଥନ ଦେବେ ତେବେ ତାହା ବିଚାର ଧାରା କୁ ପ୍ରମାଣିତ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା