
ଜୟପୁର, ୨୮ ଜାନୁଆରି (ହି.ସ.) - ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର ଏହାର ୩୮ ତମ ବାର୍ଷିକ ଉତ୍ସବ ପାଳନ କରିଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର । ଏଥିରେ ମୁଖ୍ୟ ବକ୍ତା ଥିଲେ ଶ୍ରୀମତୀ ଗାୟତ୍ରୀ ବାହିନୀପତି । ସବ୍ୟସାଚୀ ଜେନା, ତହସିଲଦାର୍ ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ, ଜୟପୁର ଏହି କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ମନୋରଂଜନ ପ୍ରଧାନ, ମନ୍ମଥ୍ ମିଶ୍ର, ଜୟପୁର ସବଡିଭିଜନ, ବିଦ୍ୟୁତ୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କିଶୋର ଚନ୍ଦ୍ର ପଣ୍ଡା, ଉପ-ସଭାପତି ମହେନ୍ଦ୍ର ମିଶ୍ର, ସଂପାଦକ ବିଜୟ କୁମାର ଭଟ୍ଟ, ଯୁଗ୍ମ ସଂପାଦକ ତପନ କିରଣ ତ୍ରିପାଠୀ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ଏହା ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ପ୍ରଦାନ ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା । ଏହା ପରେ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ଭଟ୍ଟଙ୍କ ଦ୍ୱାରା ଅତିଥିମାନଙ୍କ ପରିଚୟ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଆଚାର ସତ୍ୟନାରାୟଣ ସେଠୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ଏହା ପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉତମ ଜୀବନ ନିର୍ମାଣ କିପରି କରାଯାଇପାରିବ ତାହା ବିଷୟରେ ଉପସ୍ଥିତ ଶିଶୁଙ୍କୁ ଉଦବୋଧନ ପ୍ରଦାନ କରିଥିଲେ । ସେହିପରି ମୁଖ୍ୟ ବକ୍ତା ଗାୟତ୍ରୀ ବାହିନୀପତି ଶିଶୁଙ୍କୁ ନିଜ ମଧ୍ୟରେ ପ୍ରେରଣା ସୃଷ୍ଟି କରି ଆଗକୁ କିପରି ବଢିବାକୁ ହେବ ସେ ବିଷୟରେ ନିଜର ବକ୍ତବ୍ୟ ମାଧ୍ୟମରେ ଆଲୋକପାତ କରିଥିଲେ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାୟ ୨୫୦ ଶିଶୁଙ୍କୁ ଅତିଥିମାନଙ୍କ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯେପରିକି ସଂଗୀତ, ନୃତ୍ୟ, ବାର୍ତା, ନାଟକ ଇତ୍ୟାଦି ଶିଶୁଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା ଯାହା ଅତୀବ ମନ୍ତ୍ରମୁଗ୍ଧକର ଥିଲା । ଶେଷରେ ଶିଶୁଙ୍କୁ ସୂଚନା ପ୍ରଦାନ କରାଯାଇ କାର୍ଯ୍ୟକ୍ରମର ସମାରୋପ ଘୋଷଣା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି