ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ
ପୁରୀ, ୨୮ ଜାନୁଆରି (ହି.ସ.) - ଆଜି ମାଘ ମାସ ଶୁକ୍ଲ ପକ୍ଷ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଅପରାହ୍ନ ୫. ୧୦ରେ ଶେଷ ହୋଇଥିଲା । ସନ୍ଧ୍ୟା ୭.୧୫ରେ ବନକଲାଗି କୁ ଦତ ମହାପାତ୍ର ପ୍ରବେଶ କରିଥିଲେ । ସର୍ବସାଧାରଣ ଦର୍ଶନ ବନ୍ଦ ରହିଥଲା।
ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ(updated)


ପୁରୀ, ୨୮ ଜାନୁଆରି (ହି.ସ.) - ଆଜି ମାଘ ମାସ ଶୁକ୍ଲ ପକ୍ଷ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଅପରାହ୍ନ ୫. ୧୦ରେ ଶେଷ ହୋଇଥିଲା । ସନ୍ଧ୍ୟା ୭.୧୫ରେ ବନକଲାଗି କୁ ଦତ ମହାପାତ୍ର ପ୍ରବେଶ କରିଥିଲେ । ସର୍ବସାଧାରଣ ଦର୍ଶନ ବନ୍ଦ ରହିଥଲା। ଦତ ମହାପାତ୍ର ସେବକମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ସମାପନ କରିବେ । ଶ୍ରୀଜୀଉଙ୍କ ବନକ ଲାଗି ତଥା ଶ୍ରୀମୁଖ ଶୃଙ୍ଗାରରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥାଏ । ବନକଲାଗି ଶ୍ରୀଜୀଉଙ୍କ ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ନୀତି ସମୟରେ ଗର୍ଭଗୃହର ସମସ୍ତ ଦ୍ୱାର ବନ୍ଦ ରହିଥିଲା । ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande