
ସମ୍ବଲପୁର, ୦୭, ଜାନୁଆରି (ହି.ସ.) ସମ୍ବଲପୁର ଲୋକ ମହୋତ୍ସବର ଆଲୋଚନା ଚକ୍ରର ୨ୟ ଦିବସର ଅନ୍ତିମ ଅଧିବେଶନରେ ଲୋକ ସଂସ୍କୃତି ଆଧାରିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ମୁକ୍ତକଣ୍ଠ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ କମଳ ଲୋଚନ ପଣ୍ଡା ଓ ସମିପ୍ ବାବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁପମା ବିଶ୍ୱାଳ ଏବଂ ରମଣିକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମୋଟ୍ ୬୫ ଜଣ କବି ଓ କବୟିତ୍ରୀ ସମ୍ବଲପୁରୀ ସଂସ୍କୃତି ତଥା ଲୋକ ପରମ୍ପରା ଆଧାରିତ ସ୍ଵରଚିତ କବିତା ପାଠ କରିଥିଲେ । ଏହି ଅବସରରେ କବି ଓ କବିୟତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ମାହେଶ୍ୱରୀ ପାଣିଗ୍ରାହୀ, ସୂର୍ଯ୍ୟ ପାଣିଗ୍ରାହୀ, ମନୋଜ ପଣ୍ଡା, ସଞ୍ଜୀବ ପାଢ଼ୀ, ମମତା ପଣ୍ଡା, ପ୍ରମୋଦ ସେଠ୍, ମାନଭଞ୍ଜନ ମିଶ୍ର, ଇପିସିତା ମିଶ୍ର, ତନୁଜା ଶତପଥୀ, ସ୍କୃତିରେଖା ତ୍ରିପାଠୀ, ସ୍ପନ୍ଦନ ବେହେରା, ସୁଶ୍ଵତ ପାଢ଼ୀ , ସ୍ୱରୂପ କୁମାର ପାଢ଼ୀ ଓ ବିଶିଷ୍ଠ ସଂସ୍କୃତି ସଂଗଠକ ପ୍ରଫୁଲ୍ଲ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଆଲୋଚନା ଚକ୍ର ଉପ ସମିତି ସହ ଆବାହକ ସୌମିକ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ