
ଭୁବନେଶ୍ୱର, 08 ଜାନୁଆରି (ହି.ସ.)- ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ରଙ୍କ ସ୍ମୃତିଚାରଣ କରିଛନ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି
ଯେ, ଓଡ଼ିଶୀ ନୃତ୍ୟର ଉତ୍ଥାନରେ ପ୍ରମୁଖ ଭୂମିକା ନେଇଥିବା ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ
ମହାପାତ୍ରଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି । ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ
ମାନ୍ୟତା ପାଇବାରେ ଏବଂ ରାଜ୍ୟ ଓ ଦେଶ ବାହାରେ ଏହି ନୃତ୍ୟର ପ୍ରଚାର ପ୍ରସାର କରିବାରେ ତାଙ୍କ
ଭୂମିକା ଚିର ସ୍ମରଣୀୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା