
ଖୋର୍ଦ୍ଧା, 09 ଜାନୁଆରି (ହି.ସ.)ଖୋର୍ଦ୍ଧା, ୧୬ ନମ୍ବର ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋର ସମୟରେ ଅଜଣା ଗାଡି ଧକାରେ ସ୍କୁଟି ଆରୋହୀ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଖବରପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୁଚନା ମୁତାବକ, ସ୍କୁଟିରେ ବାଣପୁରରୁ ପରୀକ୍ଷା ଦେବା ପାଇଁ ଖୋର୍ଦ୍ଧା ଅଭୀମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ବାଣପୁର ସାନହନ୍ତୁଆଡ ଗ୍ରାମର ବିକାଶ ବରାଳ ଓ ଶୁଭ୍ରାଂଶୁ ସୁନ୍ଦରାୟ । ପୋଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଗଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ