ଯୁବତୀଙ୍କ ଫୋଟୋ ପ୍ରଘଟ ଅଭିଯୋଗରେ ଜଣେ ଗିରଫ
ଗଞାମ, ୯ ଜାନୁଆରୀ (ହି.ସ.)- ପୁରୁଷୋତ୍ତମପୁର ଅଂଚଳର ଜଣେ ଯୁବକ କିଶୋର କୁମାର ସାମଲକୁ ବ୍ରହ୍ମପୁରର ସାଇବର ଥାନା ପୁଲିସ୍ ଜଣେ ଯୁବତୀଙ୍କ ଫୋଟୋ ପ୍ରଘଟ କରିବା ଅଭିଯୋଗରେ ଗିରଫ କରିଛି । ପୁଲିସ ଏହି ଯୁବକ ଠାରୁ ଫୋଟୋ ଭାଇରାଲ କରିଥିବା ମୋବାଇଲ୍ ଫୋନ୍ ଟିକୁ ମଧ୍ୟ ଜବତ କରିଛି । ଯୁବକ ଜଣକ ଗତ ୫ ବର୍ଷ
ଯୁବତୀଙ୍କ ଫୋଟୋ ପ୍ରଘଟ ଅଭିଯୋଗରେ ଜଣେ ଗିରଫ


ଗଞାମ, ୯ ଜାନୁଆରୀ (ହି.ସ.)- ପୁରୁଷୋତ୍ତମପୁର ଅଂଚଳର ଜଣେ ଯୁବକ କିଶୋର କୁମାର ସାମଲକୁ ବ୍ରହ୍ମପୁରର ସାଇବର ଥାନା ପୁଲିସ୍ ଜଣେ ଯୁବତୀଙ୍କ ଫୋଟୋ ପ୍ରଘଟ କରିବା ଅଭିଯୋଗରେ ଗିରଫ କରିଛି । ପୁଲିସ ଏହି ଯୁବକ ଠାରୁ ଫୋଟୋ ଭାଇରାଲ କରିଥିବା ମୋବାଇଲ୍ ଫୋନ୍ ଟିକୁ ମଧ୍ୟ ଜବତ କରିଛି । ଯୁବକ ଜଣକ ଗତ ୫ ବର୍ଷ ଧରି ସଂପୃକ୍ତ ଯୁବତୀ ସହ ସଂପର୍କ ରଖିଥିଲେ। କିଛି ମାସ ତଳେ ଯୁବତୀ ଜଣକ ଚାକିରି ପାଇଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା ଓ ଏହି ଘଟଣା ପରେ ଯୁବକ ଜଣକ ଯୁବତୀଙ୍କ ଅଶ୍ଲୀଳ ଫୋଟୋ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଘଟଣା ସଂପର୍କରେ ଯୁବତୀ ଜଣକ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଅଭିଯୁକ୍ତ କିଶୋର କୁମାର ସାମଲକୁ ଗିରିଫ କରି କୋର୍ଟଚାଲାଣ କରିଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande