କୋର୍ଟ ଗୁଡିକୁ ଧମକପୂର୍ଣ ଇ-ମେଲ୍; ସାରା ଓଡ଼ିଶାରେ ସୁରକ୍ଷା କଡାକଡି
ଭୁବନେଶ୍ୱର, 08 ଜାନୁଆରି (ହି.ସ.)ରାଜ୍ୟର ଅନେକ ନ୍ୟାୟାଳୟକୁ ଆଦାଲତ ପରିସରକୁ କ୍ଷତି ପହଞ୍ଚାଇବା ନେଇ ଧମକ ପୂର୍ଣ ଇ-ମେଲ୍ ପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଓଡ଼ିଶା ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ସୂଚନା ଏହି ସୂଚନା ଦେଇଛନ୍ତି। ମାମଲାକୁ ଗୁରୁତ୍ୱ ଦେଇ ପୋଲ
କୋର୍ଟ ଗୁଡିକୁ ଧମକପୂର୍ଣ ଇ-ମେଲ୍; ସାରା ଓଡ଼ିଶାରେ       ସୁରକ୍ଷା କଡାକଡି


ଭୁବନେଶ୍ୱର, 08 ଜାନୁଆରି (ହି.ସ.)ରାଜ୍ୟର ଅନେକ ନ୍ୟାୟାଳୟକୁ ଆଦାଲତ ପରିସରକୁ କ୍ଷତି

ପହଞ୍ଚାଇବା ନେଇ ଧମକ ପୂର୍ଣ ଇ-ମେଲ୍ ପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଓଡ଼ିଶା

ପୋଲିସ୍ ମହାନିର୍ଦ୍ଦେଶକ (ଡିଜିପି) ସୂଚନା ଏହି ସୂଚନା ଦେଇଛନ୍ତି।

ମାମଲାକୁ ଗୁରୁତ୍ୱ ଦେଇ ପୋଲିସ୍ ତୁରନ୍ତ ସଂଜ୍ଞାନ ନେଇଛି ଏବଂ

ଇ-ମେଲ୍‌ର ଉତ୍ସ ଚିହ୍ନଟ କରିବା ସହ ତାହାର ବିଶ୍ୱସନୀୟତା ଆକଳନ ପାଇଁ ବ୍ୟାପକ ତଦନ୍ତ ଆରମ୍ଭ

କରାଯାଇଛି।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ସଂପୃକ୍ତ ନ୍ୟାୟାଳୟ ପରିସରରେ

ପୋଲିସ୍ ଯାଞ୍ଚ କଡା କରାଯାଇଛି ଏବଂ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜେଷ୍ଠ

ପୋଲିସ୍ ଅଧିକାରୀମାନେ ପରିସ୍ଥିତିକୁ ନିକଟରୁ ନଜର ରଖିଛନ୍ତି, ଯାହାଦ୍ୱାରା

ନ୍ୟାୟାଳୟ ପରିସର ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ନିଶ୍ଚିତ କରାଯାଇପାରିବ।

ଡିଜିପି ସାଧାରଣ ଲୋକଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରିଥିବା ସହ

ପୋଲିସ୍ ସହ ସହଯୋଗ କରିବା ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ସୂଚନା

ଦେବାକୁ କହିଛନ୍ତି। ସେ କହିଛନ୍ତି ଯେ ଆଇନ ଓ ଶୃଙ୍ଖଳା ରକ୍ଷା ସହ ସାଧାରଣ ସୁରକ୍ଷା ନିଶ୍ଚିତ

କରିବାକୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande