ଆଜି ବାଣପୁରରେ ରାଜ୍ୟବ୍ୟାପୀ ୧୧୮ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର, 07 ଜାନୁଆରି (ହି.ସ.) - ଆଜି ବାଣପୁରରେ ରାଜ୍ୟବ୍ୟାପୀ ୧୧୮ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍
ଆଜି ବାଣପୁରରେ ରାଜ୍ୟବ୍ୟାପୀ ୧୧୮ ଟି ଗୋଦାବରୀଶ ମିଶ୍ର     ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ


ଭୁବନେଶ୍ୱର, 07 ଜାନୁଆରି (ହି.ସ.) - ଆଜି ବାଣପୁରରେ ରାଜ୍ୟବ୍ୟାପୀ ୧୧୮ ଟି ଗୋଦାବରୀଶ

ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ପ୍ରାଥମିକ ଶିକ୍ଷା

ବ୍ୟବସ୍ଥାକୁ ଉନ୍ନତ କରିବା ସହିତ ପ୍ରତିଟି ଶିଶୁଙ୍କୁ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ

ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ । ଏହି ପରିକଳ୍ପନାକୁ ସାକାର କରିବା ପାଇଁ ଆଜି ବାଣପୁରଠାରେ ଏକ

ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟବ୍ୟାପୀ ୧୧୮ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ

ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ପିଢ଼ିର ପିଲାମାନେ ଯେପରି

ଗୁଣାତ୍ମକ ମାନର ଶିକ୍ଷା ପାଇ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିପାରିବେ ଏବଂ ସମୃଦ୍ଧ

ଓଡ଼ିଶାର ସାରଥୀ ହେବେ,

ତାହା ହିଁ ଆମ

ସରକାରଙ୍କ ମୂଳ ଲକ୍ଷ୍ୟ ଓ ଦୂରଦୃଷ୍ଟି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande