ପୁଅକୁ ସରପ୍ରାଇଜ ଗିଫ୍ଟ ଦେଲେ ବାପା
ଜୟପୁର, ୮ ଜାନୁଆରୀ (ହି.ସ.)-ବେଳେ ବେଳେ ଅନେକ ସରପ୍ରାଇଜ ଆପଣ ଦେଖିଛନ୍ତି l ଏମିତିକି ଜନ୍ମବାର୍ଷିକୀ ହେଉ କି ବିବାହ ବାର୍ଷିକି. ପରିବାର କିମ୍ବା ବନ୍ଧୁ ବାନ୍ଧବ ବା ସମ୍ପର୍କୀୟ ମାନେ ସାରପ୍ରାଇଜ ଦେଇ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ l ହେଲେ ଆଜି ଏମିତି ଏକ ସରପ୍ରାଇଜ ହେଉଛି ପୁଅର ଜନ୍ମ ଦିନରେ
ପୁଅ କୁ ସରପ୍ରାଇଜ ଗିଫ୍ଟ ଦେଲେ ପୁଅ


ଜୟପୁର, ୮ ଜାନୁଆରୀ (ହି.ସ.)-ବେଳେ ବେଳେ ଅନେକ ସରପ୍ରାଇଜ ଆପଣ ଦେଖିଛନ୍ତି l ଏମିତିକି ଜନ୍ମବାର୍ଷିକୀ ହେଉ କି ବିବାହ ବାର୍ଷିକି. ପରିବାର କିମ୍ବା ବନ୍ଧୁ ବାନ୍ଧବ ବା ସମ୍ପର୍କୀୟ ମାନେ ସାରପ୍ରାଇଜ ଦେଇ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ l ହେଲେ ଆଜି ଏମିତି ଏକ ସରପ୍ରାଇଜ ହେଉଛି ପୁଅର ଜନ୍ମ ଦିନରେ ବାପାଙ୍କ ଉପହାର ତା' ପୁଣି ସ୍କୁଟି ଉପହାର l ହେଲେ ଏଥିରେ କ'ଣ ଆଶ୍ଚର୍ଯ୍ୟ ରହିଛି, ହଁ ଆଜ୍ଞା ଆଶ୍ଚର୍ଯ୍ୟ।ନ୍ବିତ ଘଟଣା ଘଟିଛି। ପୁଅକୁ ଗାଡ଼ି ଉପହାର ଦେବା ପାଇଁ ପ୍ରତିଦିନ କିଛି କିଛି ଟଙ୍କା ପୁଅକୁ ଦେବା ପରେ ପୁଅ ସଂଚୟ କରି ରଖିଥିଲା l ଯାହାକି ବାପା ପ୍ରତିଦିନ ୧୦ ଟଙ୍କିଆ ନୋଟ୍ କେବେ ପଚାଶ, ଶହେ ଓ ଦୁଇ ଶହ ଟଙ୍କା ଦେଉଥିଲେ l ସେହି ଟଙ୍କାକୁ ସଂଚୟ କରି ଆଜି ମୋଟ ୧ଲକ୍ଷ ୫୩ ହଜାର ଟଙ୍କାର ୧୫୩ଟି ବଣ୍ଡଲ ପରିବାର ଓ ସମ୍ପର୍କୀୟ ଗଣତି କରି ସ୍କୁଟିଟି କିଣା ଯାଇଛି। କୋରାପୁଟ ଜିଲ୍ଲା ଜଲାପୁଟର ଭାସ୍କର ପଣ୍ଡା ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ସରପ୍ରାଇଜ ଗିଫ୍ଟ ଦେଇଛନ୍ତି। ଏପରିକି ଗତ ୨୦୧୭ ଅଗଷ୍ଟ ମାସରେ ଝିଅର ଜନ୍ମ ଦିନ ଉପଲକ୍ଷେ ୫ ଟଙ୍କିଆ ନୋଟରେ ସ୍କୁଟି କିଣି ସରପ୍ରାଇଜ ଦେଇଥିଲେ ଵାପା ଭାସ୍କର ପଣ୍ଡା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande