ଉପଖଣ୍ଡ ସାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ୟା, ସାସ୍ଥ୍ୟସେବା ବିପର୍ଯ୍ୟସ୍ତ
ନୂଆପଡ଼ା, ୮ ଜାନୁଆରୀ ( ହି.ସ. )- ନୂଆପଡା ଜିଲ୍ଲାର ଖଡିଆଳ ପ୍ରମୁଖ ସହର । ଖଡିଆଳ ଠାରେ ଥିବା ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଖଡିଆଳ, ସିନାପାଲି, ବୋଡେନ, କୋମନା ଅଂଚଳର ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବେଳେ ପଡୋଶୀ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା, ତୁରେକେଲା, ଖଡିଆଳକୁ ଲାଗ
Doctor problem


ନୂଆପଡ଼ା, ୮ ଜାନୁଆରୀ ( ହି.ସ. )- ନୂଆପଡା ଜିଲ୍ଲାର ଖଡିଆଳ ପ୍ରମୁଖ ସହର । ଖଡିଆଳ ଠାରେ ଥିବା ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଖଡିଆଳ, ସିନାପାଲି, ବୋଡେନ, କୋମନା ଅଂଚଳର ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବେଳେ ପଡୋଶୀ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା, ତୁରେକେଲା, ଖଡିଆଳକୁ ଲାଗି ଥିବା ନିକଟସ୍ଥ କଲାହାଣ୍ଡି ଜିଲାର ବୋର୍ଡା ଓ ପଡୋଶୀ ଛତିଶଗଡ଼ ରାଜ୍ୟର ଦେଓଭୋଗ ଅଂଚଳର ଲୋକେ ନିର୍ଭର କରିଥାନ୍ତି । ଦୈନିକ ୩୦୦ ରୁ ୪୦୦ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ଏଠାରେ ନିର୍ଭର କରିଥାନ୍ତି । ହେଲେ ଏହି ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ କରିଦେଇଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୧୯ ଜଣ ଡାକ୍ତର ରହିବାର ବ୍ୟବସ୍ଥା ଥିବାବେଳେ ଜଣେ ଏମଓ ଇନଚାର୍ଜ ରହିବା କଥା । କିନ୍ତୁ, ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ବିଭିନ୍ନ ସମସ୍ୟା ଦେଖାଦେଉଥିବା ଜଣାପଡିଛି । ଡାକ୍ତର ସମସ୍ୟାର ସମାଧାନ ଦାବୀ ନେଇ ଖଡିଆଳ ଅଂଚଳର ସଚେତନ ନାଗରିକ ମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଅଭିଯୋଗ ଅଭିଯୋଗରେ ରହିଯାଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଭିଯୋଗ କଲେ ମଧ୍ୟ ସେ ଡାକ୍ତର ସମସ୍ୟା ରହିଥିବାରୁ ଏହାର ସମାଧାନ ହୋଇପାରୁନଥିବା ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିବା ଡାକ୍ତର ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande