
ନୂଆଦିଲ୍ଲୀ, 08 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଦାନ୍ତ ଗ୍ରୁପ୍ର ଚେୟରମ୍ୟାନ୍ ଅନିଲ୍
ଅଗ୍ରୱାଲଙ୍କ ବଡ଼ ପୁଅ ଅଗ୍ନିବେଶ୍ ଅଗ୍ରୱାଲଙ୍କ ଅକାଳ ଦେହାନ୍ତକୁ ନେଇ ଗଭୀର ଶୋକ ପ୍ରକାଶ
କରିଛନ୍ତି। ଅଗ୍ନିବେଶ୍ ଅଗ୍ରୱାଲଙ୍କ ନ୍ୟୁୟର୍କରେ ୪୯ ବର୍ଷ ବୟସରେ ଦେହାନ୍ତ ହୋଇଛି।
ଅନିଲ୍ ଅଗ୍ରୱାଲଙ୍କ ଏକ୍ସ ପୋଷ୍ଟରେ ଦିଆଯାଇଥିବା ସୂଚନା ଉପରେ ପ୍ରଧାନମନ୍ତ୍ରୀ ମୋଦୀ
ଏକ୍ସରେ ଲେଖିଛନ୍ତି ଯେ, “ଶ୍ରୀ ଅଗ୍ନିବେଶ୍ ଅଗ୍ରୱାଲଙ୍କ ଅସମୟରେ
ନିଧନ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଦୁଃଖଦ। ଏହି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳିରେ ଆପଣଙ୍କ ଗଭୀର
ଶୋକ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି। ପ୍ରାର୍ଥନା କରୁଛି ଯେ ଆପଣ ଓ ଆପଣଙ୍କ ପରିବାର ନିରନ୍ତର
ଶକ୍ତି ଓ ସାହସ ପାଆନ୍ତୁ। ଓମ୍ ଶାନ୍ତି।”
ଉଲ୍ଲେଖନୀୟ ଯେ, ଅଗ୍ନିବେଶ୍ ଅଗ୍ରୱାଲଙ୍କ ଜନ୍ମ ୩ ଜୁନ୍ ୧୯୭୬ ରେ ପାଟନାରେ
ହୋଇଥିଲା। ସେ ଅଜମେରର ମେୟୋ କଲେଜରୁ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଫୁଜେଇରାହ୍ ଗୋଲ୍ଡର
ସ୍ଥାପନା କରିଥିଲେ। ସେ ହିନ୍ଦୁସ୍ଥାନ୍ ଜିଙ୍କର ଚେୟରମ୍ୟାନ୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା