ଏବିଭିପି ତରଫରୁ ବନ ବିହାର କାର୍ଯ୍ୟକ୍ରମ
ଭୁବନ, ୯ ଜାନୁଆରୀ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପରିଷଦ ( ଏବିଭିପି ) ଭୁବନ ନଗର ଶାଖା ତରଫରୁ ନୀଳକଣ୍ଠପୁରସ୍ଥ ବ୍ରାହ୍ମଣୀ ନଦୀ କୂଳରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏବିଭିପିର ରାଜ୍ୟ ପ୍ରାନ୍ତ ପ୍ରମୁଖ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ, ଭୁବନ ନ
ଏବିଭିପି ତରଫରୁ ବନ ବିହାର କାର୍ଯ୍ୟକ୍ରମ


ଭୁବନ, ୯ ଜାନୁଆରୀ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପରିଷଦ ( ଏବିଭିପି ) ଭୁବନ ନଗର ଶାଖା ତରଫରୁ ନୀଳକଣ୍ଠପୁରସ୍ଥ ବ୍ରାହ୍ମଣୀ ନଦୀ କୂଳରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏବିଭିପିର ରାଜ୍ୟ ପ୍ରାନ୍ତ ପ୍ରମୁଖ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ, ଭୁବନ ନଗର ସଭାପତି ଥବିର ଭୋଇ, ବିଭାଗ ସଂଯୋଜକ ଅରୂପ ପଟ୍ଟନାୟକ ଓ ନଗର ସମ୍ପାଦକ ଜ୍ଞାନ ରଞ୍ଜନ ଗୁରୁ ଅତିଥି ଭାବେ ଯୋଗ ଦେଇଥିଲେ । ବନ ବିହାର କାର୍ଯ୍ୟକ୍ରମରେ ୨୦୨୬ ଶିକ୍ଷା ବର୍ଷର ସଂଗଠନର ଯୋଜନା ବିଷୟରେ ଆଲୋଚନ କରିବା ସହ ପୂର୍ବତନ କାର୍ଯ୍ୟକର୍ତ୍ତା ମାନେ ନିଜ ନିଜର ଅନୁଭୂତିକୁ ମନେ ପକାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଢେ଼ଙ୍କାନାଳ ବିଭାଗ ପ୍ରଚାରକ ଚିନ୍ମୟ ରଥ, ସହ ବିଭାଗ କର୍ଯ୍ୟବାହ ଶଶିକାନ୍ତ ଦାସ, ଭୁବନ ଖଣ୍ଡ ସଂଘ ଚାଳକ ପ୍ରଭାତ ପଟ୍ଟନାୟକ, ଜିଲ୍ଲା ସହ ସମ୍ପର୍କ ପ୍ରମୁଖ ଦେବବ୍ରତ ପୃଷ୍ଟି ଓ ଏବିଭିପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ମୟୀ ପ୍ରଧାନ, ଭୁବନ ନଗର ଛାତ୍ରୀ ନେତ୍ରୀ ଶ୍ରୀୟା ବାରିକ, ମାନସୀ , ସୋନୁ, ଛାତ୍ର ନେତା ପ୍ରିତିରଞ୍ଜନ ସାହୁ, ବିଶ୍ୱଜିତ ବେହେରା, ପ୍ରଶାନ୍ତ ନାୟକ, ସତ୍ୟଜିତ ସାହୁ, ପ୍ରଜ୍ଞାରଞ୍ଜନ ସାହୁ, ଯାଜପୁର ଜିଲ୍ଲା ପ୍ରମୁଖ ପ୍ରଶାନ୍ତ ରାଉତରାୟ, ଢେ଼ଙ୍କାନାଳ ଜିଲ୍ଲା ସହ-ସଂଯୋଜକ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ସହ ପୂର୍ବତନ କାର୍ଯ୍ୟକର୍ତ୍ତା ନିରଞ୍ଜନ ଗୁରୁ, ମଧୁପ ରଞ୍ଜନ ନନ୍ଦ, ଭଗବାନ ସାହୁ, ଗୁଲସନ କୁମାର ରାଉତ, ଗୋପାଳ ନାୟକ, ଚିନ୍ମୟ ପୃଷ୍ଟି,ମନୋଜ ସାହୁ ଓ ବହୁ ପୁରାତନ କାର୍ଯ୍ୟକର୍ତ୍ତା ଯୋଡ଼ି ହେବା ସହ ସଂଗଠନ କିପରୀ ଭାବେ ଆହୁରି ମଜବୁତ୍ ହେଵ ସେ ବିଷୟରେ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande