ଇଂରେଜର କର ଅସୁଲି ବ୍ୟବସ୍ଥାକୁ ବଳିଗଲା ପଲ୍ୟୁସନ ଫାଇନ ଆଦାୟ - ପିସିସି ସଭାପତି
ଭୁବନେଶ୍ୱର, ୦୯ ଜାନୁୟାରୀ (ହି.ସ)- ଇଂରେଜ ସରକାରର କର ଅସୁଲି ବ୍ୟବସ୍ଥା ଠାରୁୁ ପଲ୍ୟୁସନ ଫାଇନ ଆଦାୟ ବଳିଯାଇଛି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି ଯେ ଫାଇନ ଆଦାୟ ନାଁରେ ଲୋକଙ୍କ ଠାରୁ ଜିଜିୟା କର ଅସୁଲି କରାଯାଉଛି। ଲୋକଙ୍କ ପଇସା ଖାଇ ଲୁଟ ଚାଲିଛି। ପଲ୍ୟୁସନ ସାର୍ଟିଫିକେ
ଭକ୍ତ ଦାସ


ଭୁବନେଶ୍ୱର, ୦୯ ଜାନୁୟାରୀ (ହି.ସ)- ଇଂରେଜ ସରକାରର କର ଅସୁଲି ବ୍ୟବସ୍ଥା ଠାରୁୁ ପଲ୍ୟୁସନ ଫାଇନ ଆଦାୟ ବଳିଯାଇଛି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି ଯେ ଫାଇନ ଆଦାୟ ନାଁରେ ଲୋକଙ୍କ ଠାରୁ ଜିଜିୟା କର ଅସୁଲି କରାଯାଉଛି। ଲୋକଙ୍କ ପଇସା ଖାଇ ଲୁଟ ଚାଲିଛି। ପଲ୍ୟୁସନ ସାର୍ଟିଫିକେଟ ଅଛି ନା ନାହିଁ ଯାଂଚ କରାଯାଉନି। ବାଇକର ଯେତିକି ଦାମ ନୁହେଁ ତା ଠୁ ଅଧିକ ଫାଇନ ପଡୁଛି। ଅନୁଗୁଳ, ତାଳଚେର, କଳିଙ୍ଗନଗରରେ ଥିବା ବଡ଼ ବଡ଼ କମ୍ପାନୀ କେତେ ପଲ୍ୟୁସନ କରୁଛନ୍ତି ସାର୍ଟିଫିକେଟ ଦେଖାଇ ପାରିବେ କି ସରକାର। ଲୋକଙ୍କୁ ୬ ମାସ ସମୟ ଦେଇ ପଲ୍ୟୁସନ ସାର୍ଟିଫିକେଟ ପାଇଁ ସରକାର ଅଧିକ ସୁବିଧା କରାନ୍ତୁ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷକ୍ଷରେ ଏହି ପ୍ରସଙ୍ଗକୁ ନେଇ ଆସନ୍ତା କାଲି (ଶନିବାର) ସାଇକେଲରେ ଯାଇ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ଯୁବ କଂଗ୍ରେସ। ଆଗକୁ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ ସହ କଂଗ୍ରେସ ବିଧାନସଭା ଘେରାଉ କରିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande