ପିୟୁସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୦୯ ଜାନୁୟାରୀ (ହି.ସ)- ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏକ୍ସରେ ପୋଷ୍ଟ କରି ନବୀନ ଲେଖିଛନ୍ତି ପିୟୁସି ସାର୍ଟିଫିକେଟ କାର୍ଯ୍ୟକାରୀ କରିବାରେ ବିଜେପି ସରକାରଙ୍କର ପରିଚାଳନା ଘୋର ବିଫଳ ହୋଇଛି।
ନବୀନ


ଭୁବନେଶ୍ୱର, ୦୯ ଜାନୁୟାରୀ (ହି.ସ)- ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏକ୍ସରେ ପୋଷ୍ଟ କରି ନବୀନ ଲେଖିଛନ୍ତି ପିୟୁସି ସାର୍ଟିଫିକେଟ କାର୍ଯ୍ୟକାରୀ କରିବାରେ ବିଜେପି ସରକାରଙ୍କର ପରିଚାଳନା ଘୋର ବିଫଳ ହୋଇଛି। ବାରମ୍ବାର ନୀତିଗତ ତ୍ରୁଟି ଯୋଗୁ ଓଡ଼ିଶାର ସାଧାରଣ ଜନତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଥମେ ଘୋଷଣା କଲେ ଜାନୁଆରୀ ୧ ରୁ ‘ନୋ ପିୟୁସି, ନୋ ଫୁଏଲ’। ହଠାତ୍ ଘୋଷଣା ଯୋଗୁ ରାଜ୍ୟ ସାରା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡ଼ି ସହିତ ଲୋକେ ଦହଗଞ୍ଜ ହୋଇଥିଲେ। ଭିତିଭୂମି ନଥିବାରୁ ଲୋକେ ହଇରାଣ ହେଲେ।

ଜନସାଧାରଣଙ୍କ ଆକ୍ରୋଶର ସମ୍ମୁଖୀନ ହୋଇ, ସରକାର ଅନେକ ଥର ୟୁ-ଟର୍ଣ୍ଣ ନେବାକୁ ବାଧ୍ୟ ହୋଇଛନ୍ତି। ପ୍ରଥମେ ଫେବୃଆରୀ ୧କୁ କାର୍ଯ୍ୟକାରିତାକୁ ସ୍ଥଗିତ ରଖିଥିଲେ। ପରେ ମାର୍ଚ୍ଚ ୩୧କୁ ଏବଂ ଏବେ ଟୋଲ ଗେଟ୍ ରେ ଇ-ଡିଟେକ୍ସନ୍ ବନ୍ଦ କରିବା ସହିତ ଏପ୍ରିଲ ୧ ପର୍ଯ୍ୟନ୍ତ କୌଣସି ଜରିମାନା ଲାଗୁ ହେବ ନାହିଁ ଘୋଷଣା କରିଛନ୍ତି। ବାରମ୍ବାର ପରିବର୍ତନ ପରିବହନ ବିଭାଗର ସମ୍ପୂର୍ଣ୍ଣ ବିଫଳତାକୁ ପଦାରେ ପକାଇଛି। ଯାନବାହାନ ପ୍ରଦୂଷଣ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ, ଏଥିପାଇଁ ଲୋକଙ୍କୁ ହଇରାଣ କରାଯାଇ ପାରିବ ନାହିଁ। ବିଜୁ ଜନତା ଦଳ ଲୋକଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛି। ଏହି ଭୁଲ ପରିଚାଳନା ବିରୁଦ୍ଧରେ ବିଜେଡି ପ୍ରତିବାଦରେ ସ୍ୱର ଶାଣିତ କରିଛି। ପିୟୁସି ପରୀକ୍ଷା ଭିତିଭୂମି ତୁରନ୍ତ ବୃଦ୍ଧି କରାଯାଉ, ପ୍ରକ୍ରିୟାକୁ ସରଳ କରାଯାଉ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande