
ଗଂଜାମ, 01 ଅକ୍ଟୋବର (ହି.ସ.) ସାନଖେମଣ୍ଡୁ ବ୍ଳକ ପୋଡ଼ା ମାରି ପଞ୍ଚାୟତ ରାଜନାପଲ୍ଲୀଓ ମା୍ର୍ଥାପୁର ଗ୍ରାମରେ ଶୁଦ୍ଧି ଭୋଜି ଖାଇ ତିନିଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ପ୍ରାୟ ୨୦ଜଣରୁ ଉର୍ଦ୍ଧ୍ବ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଛନ୍ତି। ଏହାପୂର୍ବରୁ ଧରାକୋଟ ବ୍ଲକ୍ ର ପଟାଶାଳ ଗ୍ରାମର ଜଣେ ବ୍ୟକ୍ତିଙ୍କର ମଧ୍ୟ ଝାଡାବାନ୍ତି ରୋଗରେ ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଏ଼ହି ସଂକ୍ରମିତ ଅଞ୍ଚଳରେ ପହଞ୍ଚି। ଚିକିତ୍ସା, ବିଶୋଧନ ଓ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫ଗୁରୁତରଙ୍କୁ ଚିକିତ୍ସା ପାଇଁ ଵ୍ରହ୍ମପୁର ଵଡଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ