ଗୁଦାରୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଏବଂ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
Cluster Level sisu Mahochaba in Gudari
ଫୋଟ ୨


ଫୋଟ


କନ୍ଧମାଳ, ୧୨ ଅକ୍ଟୋବର (ହି.ସ.)- କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଦାରୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଏବଂ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲାଡ଼ି ଗ୍ରାମ ସ୍ଥିତ ମା ବରାଳଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଅନ୍ତଃର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗୀତା ଏବଂ ତର୍କ, ବକୃତା, ପ୍ରବନ୍ଧଲିଖନ, ଶ୍ରୁତଲିଖନ, ସୁନ୍ଦର ହସ୍ତାକ୍ଷର, ଚିତ୍ରାଙ୍କନ, କୁଇଜ, ସଙ୍ଗୀତ, ନୃତ୍ୟ, ପି.ଏମ ପୋଷଣ ଚିତ୍ରକଳା, ହସ୍ତଶିଳ୍ପ, ମୌଳିକ ସାକ୍ଷରତା, ସଂଖ୍ୟା ଜ୍ଞାନ ଆଧାରିତ ଚିତ୍ରାଙ୍କନ, ଗଣିତ ଦୌଡ, ଗଣିତ କୁଇଜ ଓ ଗଳ୍ପକଥନ ଭଳି ପ୍ରତିଯୋଗୀତା ଆଦି ଆୟୋଜିତ ହୋଇଥିଲା । ଏଥିରେ ଗୁଦାରୀ କ୍ଲଷ୍ଟରର ଦଶ ଗୋଟି ବିଦ୍ୟାଳୟରୁ ସମୁଦାୟ ୧୩୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପରେ ପରେ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଥିଲା।

ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଭାପତି ଲମ୍ବୋଦର କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର କୁମାର ବିଶି, ଯୁଧିଷ୍ଠିର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ଚରଣ ମୁଦୁଲି ସଭା ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମାକାନ୍ତ ପୃଷ୍ଟି ଯୋଗ ଦେଇଥିବା ବେଳେ ମୂଳଗୁଦାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସଞ୍ଜୁକ୍ତା ଦିଗାଲ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମହୋତ୍ସବରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ସହିତ ପୁରସ୍କାର ବଣ୍ଟନ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ଗୁଦାରୀ କ୍ଲଷ୍ଟରର ସି.ଆର.ସି.ସି ସୁଜାତା କୁମାରୀ ପ୍ରଧାନ ସୁଚାରୁ ରୂପେ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande