ହିମାଚଳ ପ୍ରଦେଶରେ 320ଟି ନୂତନ ପିଜି ମେଡ଼ିକାଲ ସିଟକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ, ୨୪ ଅକ୍ଟୋବର (ହି.ସ.)। ହିମାଚଳ ପ୍ରଦେଶରେ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୬ଟି ସରକାରୀ ମେଡିକାଲ କଲେଜରେ ୩୨୦ଟି ନୂତନ ସ୍ନାତକୋତ୍ତର (ପିଜି) ମେଡିକାଲ ସିଟ୍‌କୁ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ଅଧ
केंद्रीय स्वास्थ्य मंत्री जेपी नड्डा


ନୂଆଦିଲ୍ଲୀ, ୨୪ ଅକ୍ଟୋବର (ହି.ସ.)। ହିମାଚଳ ପ୍ରଦେଶରେ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୬ଟି ସରକାରୀ ମେଡିକାଲ କଲେଜରେ ୩୨୦ଟି ନୂତନ ସ୍ନାତକୋତ୍ତର (ପିଜି) ମେଡିକାଲ ସିଟ୍‌କୁ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ପ୍ରାୟ ୪୧୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବେ।

ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ଘୋଷଣା କରି କହିଛନ୍ତି ଯେ, ଏହାଦ୍ୱାରା ରାଜ୍ୟର ଯୁବପିଢ଼ିଙ୍କୁ ବିଶେଷଜ୍ଞ ଚିକିତ୍ସା ଶିକ୍ଷା ଗ୍ରହଣ କରିବା ପାଇଁ ଅଧିକ ସୁଯୋଗ ମିଳିବ ଏବଂ ରାଜ୍ୟରେ ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ବୃଦ୍ଧି ପାଇବ।

ଜେ.ପି. ନଡ୍ଡା ସାମାଜିକ ଗଣମାଧ୍ୟମ ମଞ୍ଚ ଏକ୍ସରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଚିକିତ୍ସା ଶିକ୍ଷାର ସମ୍ପ୍ରସାରଣ ଏବଂ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ନିରନ୍ତର ପଦକ୍ଷେପ ନିଆଯାଉଛି। ହିମାଚଳ ପ୍ରଦେଶରେ ୩୨୦ଟି ନୂତନ ପିଜି ସିଟ୍‌କୁ ଅନୁମୋଦନ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ଶଲ୍ୟ ଚିକିତ୍ସା, ଅସ୍ଥିରୋଗ, ସ୍ତ୍ରୀ ଓ ପ୍ରସୂତି ରୋଗ, ଶିଶୁ ରୋଗ ଏବଂ କର୍କଟ ରୋଗ ସମେତ ବିଭିନ୍ନ ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରିବାରେ ସହାୟତା ମିଳିବ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ସମ୍ପର୍କରେ ହିମାଚଳ ପ୍ରଦେଶ ସରକାରଙ୍କ ପ୍ରସ୍ତାବ ୨୩ ଜୁନ୍ ୨୦୨୬ରେ ମିଳିଥିଲା। ଏହା ପରେ ଅକ୍ଟୋବର ୬ ତାରିଖରେ ଏମ୍ସ ବିଲାସପୁରର ସମାବର୍ତ୍ତନ ସମାରୋହ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବିଷୟରେ ଆଲୋଚନା ହୋଇଥିଲା। ଏବେ କେନ୍ଦ୍ର ସରକାର ପ୍ରସ୍ତାବିତ ସମସ୍ତ ୩୨୦ଟି ସିଟ୍‌କୁ ଅନୁମୋଦନ ଦେଇଛନ୍ତି।

ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏହି ପ୍ରସ୍ତାବ ଉପରେ ତ୍ୱରିତ ପଦକ୍ଷେପ ନେଇଛନ୍ତି। ଏବେ ଅନୁମୋଦିତ ସିଟ୍‌ଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଆବଶ୍ୟକ ପ୍ରକ୍ରିୟାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉଚିତ, ଯାହାଦ୍ୱାରା ଛାତ୍ରଛାତ୍ରୀ ଏବଂ ରାଜ୍ୟବାସୀ ଶୀଘ୍ର ଏହାର ଲାଭ ପାଇପାରିବେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande