'ମନ୍ କି ବାତ୍ ର ୧୨ ବର୍ଷ ପୂରଣ ହେବା ଅବସରରେ ପ୍ରଧାନମନ୍ତ୍ରୀ କହିଲେ, ଏହା ଲୋକଙ୍କ ପ୍ରୟାସକୁ ଜାଣିବାର ତୀର୍ଥଯାତ୍ରା
ନୂଆଦିଲ୍ଲୀ, ୨୫ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ''ମନ୍ କି ବାତ୍'' ୧୨ ବର୍ଷ ପୂରଣ କରିଛି। ୧୨ ବର୍ଷ ପୂର୍ବେ ବିଜୟାଦଶମୀ ଅବସରରେ ସେ ଲୋକଙ୍କ ସହ ଯୋଗାଯୋଗ ପାଇଁ ରେଡିଓକୁ ଏକ ମାଧ୍ୟମ ଭାବେ ବାଛିଥିଲେ। ପ୍ରଧାନମନ୍ତ୍ରୀ ଏହି ବର୍ଷଗୁଡ଼ିକରେ ତ
Man ki baat


ନୂଆଦିଲ୍ଲୀ, ୨୫ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍' ୧୨ ବର୍ଷ ପୂରଣ କରିଛି। ୧୨ ବର୍ଷ ପୂର୍ବେ ବିଜୟାଦଶମୀ ଅବସରରେ ସେ ଲୋକଙ୍କ ସହ ଯୋଗାଯୋଗ ପାଇଁ ରେଡିଓକୁ ଏକ ମାଧ୍ୟମ ଭାବେ ବାଛିଥିଲେ। ପ୍ରଧାନମନ୍ତ୍ରୀ ଏହି ବର୍ଷଗୁଡ଼ିକରେ ତାଙ୍କର ସମ୍ୱାଦ ଯାତ୍ରାକୁ ଜନସାଧାରଣଙ୍କ ପ୍ରୟାସ ବିଷୟରେ ଜାଣିବା ପାଇଁ ଏକ ତୀର୍ଥଯାତ୍ରା ବୋଲି ବର୍ଣ୍ଣନା କରିଥିଲେ।

ଆଜି 'ମନ୍ କି ବାତ୍ ର ୧୩୯ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ପାଇଁ' ମନ୍ କି ବାତ୍ କୌଣସି ତୀର୍ଥଯାତ୍ରା ଠାରୁ କମ୍ ନୁହେଁ-ଏହା ଆମ ଲୋକମାନଙ୍କ ପ୍ରୟାସକୁ ଗଭୀର ଭାବେ ବୁଝିବା ଏବଂ ସେମାନଙ୍କ ଯୋଗଦାନକୁ ଅଭିବାଦନ ଜଣାଇବାର ଏକ ଯାତ୍ରା।

ଏହା ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ପ୍ରତି ମାସର ଶେଷ ରବିବାରରେ ରେଡିଓ ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରନ୍ତି ଏବଂ ତାଙ୍କ କାର୍ଯ୍ୟକ୍ରମରେ ସମାଜରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ଲୋକଙ୍କ ପ୍ରୟାସ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣର ପ୍ରୟାସକୁ ଅନ୍ତର୍ଭୁକ୍ତ କରନ୍ତି |

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande