
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.) -'ଅର୍ଣ୍ଣବ' ମୁକାବିଲା ନେଇ
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା
ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଛି । ଦକ୍ଷିଣ ଓଡ଼ିଶା ଆମର ପ୍ରଭାବିତ ହେବ।ସେଥିପାଇଁ ବରିଷ୍ଟ ଅଧିକାରୀଙ୍କୁ ମଧ୍ୟ ମୁକାବିଲା
ପାଇଁ ପଠା ଯାଇଛି। ବିଦ୍ୟୁତ୍, ଜଳ ସମ୍ପଦ ବିଭାଗକୁ ସଜାଗ ରହିବାକୁ
ନିର୍ଦ୍ଦେଶ ଦିଆଯାଇଛି । ଛତିଶଗଡ଼ରେ ଯଦି ଅଧିକ ବର୍ଷା ହୁଏ ତେବେ ତାଙ୍କ ପାଣି ଯଦି ଓଡ଼ିଶା
ଆସିବ ତାକୁ କେମିତି ପରିଚାଳନା କରାଯିବ ନଜର ରଖାଯାଇଛି । ଏକ ଟିମ ଗଠନ କରାଯାଇ ଛତିଶଗଡ
ସରକାରଙ୍କ ଯୋଗାଯୋଗ ରେ ରହିଛନ୍ତି । ଯଦି ସେମାନେ ପାଣି ଛାଡିବେ ଆମକୁ ଜଣାଇବା ପାଇଁ। କୋଷ୍ଟ
ଗାର୍ଡ ପକ୍ଷରୁ ସମସ୍ତ ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖା ଯାଇଛି। ଜିଲ୍ଲାପାଳ ମାନେ ସମସ୍ତେ ସଜାଗ
ରହିଛନ୍ତି। ବାତ୍ୟା ସମୟରେ ଆମର 3ହଜାରରୁ ଅଧିକ ଗର୍ଭବତୀ ମହିଳା ପ୍ରସବ କରି ପାରନ୍ତି ତେଣୁ
ତାଙ୍କୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ରହିଛି । କେନ୍ଦ୍ରର ଯାହା ସାହାଯ୍ୟ ଦରକାର୍ ଯୋଗେଇ
ଦିଆଯିବ ବୋଲି କେନ୍ଦ୍ର କ୍ୟାବିନେଟ ସଚିବ କହିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ସହାୟତା ମଗା
ଯାଇନାହିଁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା