
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.) - ସମ୍ଭାବ୍ୟ
ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଏସଆରସି । ସେ କହିଛନ୍ତି ଯେ, ସବୁ ସ୍ଥାନରେ ସମସ୍ତେ
ସଜାଗ ଅଛନ୍ତି, ଭୟଭୀତ ହେବାର ଆବଶ୍ୟକତା ନାହିଁ ।
ମୁଖ୍ୟମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏବଂ
ମୁଖ୍ୟ ଶାସନ ସଚିବ ବାତ୍ୟାକୁ ନେଇ ବୈଠକ କରୁଛନ୍ତି । ଜିଲ୍ଲାରେ ସମସ୍ତ ଜିଲ୍ଲାପାଳ ସଜାଗ ରହିଛନ୍ତି ।
ଦକ୍ଷିଣ ଓଡ଼ିଶାର ପାଞ୍ଚଟି ଜିଲ୍ଲା ସହ କଳାହାଣ୍ଡି, ନୂଆପଡ଼ା ଓ
ନୂଆପଡ଼ା ପ୍ରଭାବିତ ହୋଇପାରେ । 135ଟି ବାତ୍ୟା
ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରହିଛି । ସମୁଦ୍ର ଉପକୂଳବର୍ତ୍ତୀ ଲୋକେ ଆବଶ୍ୟକ ସ୍ଥଳରେ ସ୍ଥାନାନ୍ତର ହୋଇପାରନ୍ତି
ବୋଲି ଏସଆରସି କହିଛନ୍ତି ।
ସମ୍ଭାବ୍ୟ ବାତ୍ୟା ପାଇଁ 3
ହଜାରରୁ ଅଧିକ ଗର୍ଭବତୀ ମହିଳା ନଜରରେ ଅଛନ୍ତି। ଖାସକରି କଚ୍ଚା ଘର ଉପରେ ନଜର ରହିଛି। 135 ଟା
ବାତ୍ୟା ଆଶ୍ରୟସ୍ଥଳୀ ଏବଂ 1600 ଅସ୍ଥାୟୀ ବାସସ୍ଥଳିରେ ପ୍ରସ୍ତୁତ ରହିଛି। ଅଫିସର ଓ
ମନ୍ତ୍ରୀମାନେ ମଧ୍ୟ ଜିଲ୍ଲାକୁ ଯାଉଛନ୍ତି। ଅନ୍ୟ ରାଜ୍ୟ ସହ ସମନ୍ଵୟ ରହିଛି। ସ୍ଥାନାନ୍ତରିତ
ପାଇଁ ଜିଲ୍ଲାପାଳ ମାନେ ଚିହ୍ନଟ କରୁଛନ୍ତି । ଅଧିକ ବର୍ଷା ହେଲେ ସ୍ଥାନାନ୍ତର ହେବ। ଆମ ହାତରେ
48 ଘଣ୍ଟା ସମୟ ଅଛି।
8ଟା ଏନଡିଆରଏଫ, 40 ଓଡ୍ରାଫ ,ଫାୟାର ଟିମ୍
ସବୁ ଜିଲ୍ଲାରେ ଟିମ୍ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ଏକ୍ସଟ୍ରା ଟିମ୍ ଅଛନ୍ତି ଉପକୂଳ ଜିଲ୍ଲା
ପାଇଁ। କେବଳ ରାଜ୍ୟ ଭିତରେ ନୁହେଁ, ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟ ଓ
କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ସହଯୋଗ ନିଆଯିବ । ଭାରତୀୟ ବାୟୁସେନା, ଇଣ୍ଡିଆନ୍
ନାଭି ଓ ସେନା ସହ ସମନ୍ୱୟ ରଖାଯାଇଛି । ଉଦ୍ଧାରକାର୍ଯ୍ୟ ପାଇଁ ଆବଶ୍ୟକ ଯାନବାହନ ଓ ଆଶ୍ରୟସ୍ଥଳ
ପ୍ରସ୍ତୁତ ରଖାଯାଇଛି । ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ସ୍ପଷ୍ଟ ହେବା ପରେ ପରିସ୍ଥିତି
ଅନୁସାରେ ପଦକ୍ଷେପ ନିଆଯିବ । ଆତଙ୍କିତ ନହୋଇ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଲୋକଙ୍କୁ ଅପିଲ୍
କରିଛନ୍ତି ଏସଆରସି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା