
ଭୁବନେଶ୍ୱର, 26 ଅକ୍ଟୋବର (ହି.ସ.)- କାର୍ତ୍ତିକ
ମାସ ଧର୍ମର ଏବଂ ପୁଣ୍ୟର ମାସ। ଏହି ମାସରେ ଦେବାଧି ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ
ଲାଭ ହେବ ସହିତ ମାନସିକ ଶାନ୍ତି ମିଳିଥାଏ। ତେଣୁ ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର
ହୋଇଥିବା ହେତୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ବଡି ଭୋରରୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ
ଜମିଛି । ଆଖିରେ ମହାଦେବଙ୍କୁ ଦେଖିବାର ଉତ୍ସାହ ଏବଂ ହାତରେ ଭୋଗ,ଦୀପ,ଧୂପ ନେଇ ପୂଜା
କରୁଛନ୍ତି। କେବଳ ରାଜଧାନୀ ଭୁବନେଶ୍ବର ନୁହେଁ ବିଭିନ୍ନ ଜିଲ୍ଲାରୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ
ପାଇଁ ଆସିଛନ୍ତି ଶ୍ରଦ୍ଧାଳୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା