
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଏବଂ ‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ଭୁବନେଶ୍ୱରରୁ ଗୁଜରାଟର ଏକତା ନଗରୀ ଅଭିମୁଖେ ଯାତ୍ରା
କରୁଥିବା ସ୍ୱତନ୍ତ୍ର ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ। ଦେଶର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ ରଖିବାରେ ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଅବଦାନ
ଚିରକାଳ ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ
ମୁଖ୍ୟମନ୍ତ୍ରୀ ‘ଏକ
ଭାରତ,
ଶ୍ରେଷ୍ଠ ଭାରତ’ର ମହାନ ଆଦର୍ଶକୁ ନେଇ ଏକତା ନଗରୀରେ ଆୟୋଜିତ ଜାତୀୟସ୍ତରର ସମାରୋହରେ
ଯୋଗଦେବା ନିମନ୍ତେ ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯାତ୍ରା କରୁଥିବା ସମସ୍ତ ନାଗରିକଙ୍କୁ ଆନ୍ତରିକ
ଶୁଭେଚ୍ଛା ଜଣାଇଥିଲେ । ଏହି ଯାତ୍ରା ଓଡ଼ିଶାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂସ୍କୃତିକୁ
ଜାତୀୟସ୍ତରରେ ପ୍ରତିଫଳିତ କରିବା ସହ ରାଷ୍ଟ୍ରୀୟ ଏକତା ଓ ଭ୍ରାତୃଭାବକୁ ଆହୁରି ମଜଭୁତ କରିବ
ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା