ମାଲକାନଗିରିର ମାଥିଲିରେ ଉଦ୍ଧାରକାରୀ ଦଳମାନଙ୍କ ପ୍ରସ୍ତୁତି ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ବାତ୍ୟା ଅର୍ଣ୍ଣବର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ମାଲକାନଗିରି ଜିଲ୍ଲାର ମାଥିଲିରେ ଉଦ୍ଧାରକାରୀ ଦଳମାନଙ୍କ ସହ ସାକ୍ଷାତ କରିବା ସହ ସେମାନଙ୍କର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରଛନ୍ତି। ମନ୍ତ୍ର
uiol


ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ବାତ୍ୟା ଅର୍ଣ୍ଣବର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ମାଲକାନଗିରି ଜିଲ୍ଲାର ମାଥିଲିରେ ଉଦ୍ଧାରକାରୀ ଦଳମାନଙ୍କ ସହ ସାକ୍ଷାତ କରିବା ସହ ସେମାନଙ୍କର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରଛନ୍ତି। ମନ୍ତ୍ରୀ ଉଦ୍ଧାରକାରୀ ଦଳମାନଙ୍କ ପାଖରେ ଥିବା ଉପକରଣ, ଯାନବାହନ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ସ୍ଥିତି ଯାଂଚ କରିଥିଲେ । ବିପଦସଂକୁଳ ଅଂଚଳରେ ଦଳମାନଙ୍କୁ କେଉଁଠି ମୁତୟନ କରାଯିବ, ଆବଶ୍ୟକ ପଡ଼ିଲେ ଲୋକମାନଙ୍କୁ କିପରି ଶୀଘ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ କିପରି ରକ୍ଷା କରାଯିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ମାଥିଲି ଭଳି ଦୁର୍ଗମ ଓ ସମ୍ବେଦନଶୀଳ ଅଂଚଳରେ ବର୍ଷା ଓ ପବନର ପ୍ରଭାବରେ ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହେବାର ଆଶଙ୍କା ଥିବାରୁ, ଗଛ ପଡ଼ିଲେ ରାସ୍ତା ସଫା କରିବା, ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ଶୀଘ୍ର ପୁନଃସ୍ଥାପନ କରିବା ଏବଂ ଆବଶ୍ୟକ ପଡ଼ିଲେ ଚିକିତ୍ସା ସହାୟତା ପହଂଚାଇବା ପାଇଁ ଦଳମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande