ଓଡ଼ିଶାରେ ବାତ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ସୃଷ୍ଟି ହୋଇଥିବା ବାତ୍ୟା“ଅର୍ଣ୍ଣବ”ର ଓଡ଼ିଶାରେ ପ୍ରଭାବ ସଂପର୍କିତ ସ୍ଥିତି, ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରବର୍ତୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟରେ ରାଜ୍ୟ ମୁ
cs


ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ସୃଷ୍ଟି ହୋଇଥିବା ବାତ୍ୟା“ଅର୍ଣ୍ଣବ”ର ଓଡ଼ିଶାରେ ପ୍ରଭାବ ସଂପର୍କିତ ସ୍ଥିତି, ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରବର୍ତୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବୁଧବାର ସମୀକ୍ଷା କରିଛନ୍ତି। ଏ ସଂପର୍କରେ ଏସଆରସିଶ୍ରୀ ରାଜେଶ ପ୍ରଭାକର ପାଟିଲ, ମୁଖ୍ୟ ଶାସନ ସଚିବଙ୍କୁ ସବିଶେଷ ଅବଗତ କରାଇଥିଲେ। ଏହି ବୈଠକରେ ବାତ୍ୟା ପୂର୍ବ ପ୍ରସ୍ତୁତି ଏବଂ ଜରୁରୀକାଳୀନ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ସମ୍ଭାବ୍ୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସଂପର୍କରେ ଏସଆରସି ଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମସ୍ତ ଜିଲ୍ଲା ନିୟନ୍ତ୍ରଣ କକ୍ଷ ୨୪ ଘଂଟା କାର୍ଯ୍ୟକ୍ଷମ ରହିଥିବା ବେଳେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରଭାବିତ ଅଂଚଳରେ ସମସ୍ତ ବିଦ୍ୟାଳୟ ଓ ଆଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୮ଟି ପ୍ରଭାବିତ ଜିଲ୍ଲାରେ ୩୨୪ଟି ସକ୍ରିୟ ଆଶ୍ରୟସ୍ଥଳରେ ୩୧,୨୫୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ମୋଟ ୨,୦୬୭ଟି (୧୪୧ ସ୍ଥାୟୀ + ୧,୯୨୬ ଅସ୍ଥାୟୀ) ଆଶ୍ରୟସ୍ଥଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ଚିହ୍ନଟ ହୋଇଥିବା ୪,୧୩୯ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୨,୨୪୫ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସମୁଦ୍ରରୁ ୧୧,୯୫୫ ଓ ଚିଲିକାରୁ ୭,୧୮୮ ଏହିଭଳି ମୋଟ ୧୯,୧୪୩ଟି ମାଛଧରା ଡଙ୍ଗାକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି। .

ଗତ ୨୪ ଘଂଟା ମଧ୍ୟରେ ଆଜି ସକାଳ ୮.୩୦ ସୁଦ୍ଧା ରାଜ୍ୟରେ ହାରାହାରି ୨୩.୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୪ଟି ବ୍ଲକ୍ ଏବଂ ୩ଟି ସହରାଂଚଳରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ସର୍ବାଧିକ ବର୍ଷା ହୋଇଥିବା ବ୍ଲକ୍: କୋରାପୁଟର ପଟ୍ଟାଙ୍ଗି (୧୮୮.୦ ମିମି), ଗଜପତିର ମୋହନା (୧୮୨.୪ ମିମି), ଗଞ୍ଜାମ ବ୍ଲକ୍ (୧୬୧.୪ ମିମି), ଛତ୍ରପୁର (୧୫୪.୬ ମିମି) ଏବଂ ସିମିଳିଗୁଡ଼ା (୧୪୩.୧ ମିମି)। ଜିଲ୍ଲାଗୁଡିକରେ ହାରାହାରି ବର୍ଷା ମଧ୍ୟରେ ଗଜପତି (୧୨୧.୨ ମିମି), ଗଞ୍ଜାମ (୮୩.୧ ମିମି), କୋରାପୁଟ (୬୧.୦ ମିମି) ଏବଂ ପୁରୀ (୫୪.୨ ମିମି) ରହିଛି ।

ସାରା ରାଜ୍ୟରେ ମୋଟ ୬୨ଟି ଓଡ୍ରାଫ୍ , ୯ଟି ଏନଡିଆରଏଫ୍ ଏବଂ ୨୪୪ଟି ଅଗ୍ନିଶମ ସେବା ଟିମ୍ ମୁତୟନ ହୋଇଛନ୍ତି। ଏଥିସହିତ ୧,୫୧୦ଟି ପାୱାର ଚେନ୍-ସ', ୨୨୫ଟି ଟୋଇଂ ଟେଣ୍ଡର, ୧୧୦ଟି ଡଙ୍ଗା, ୧୩୫ ଟି ଜଳ ନିଷ୍କାସନ ପମ୍ପ ଓ ୨୨୫ଟି ଟାୱାର ଲାଇଟ୍ ମୁତୟନ ଅଛି। ବାତ୍ୟା ପ୍ରଭାବିତ ୮ଟି ଜିଲ୍ଲା ପାଇଁ ସରକାର ୧୯ କୋଟି ଟଙ୍କାର ରିଲିଫ୍ ସହାୟତା ମଞ୍ଜୁର କରିଛନ୍ତି। ଗଞ୍ଜାମ ଜିଲ୍ଲାକୁ ୫ କୋଟି ଏବଂ ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳକୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ଛୁଡ଼ା, ଗୁଡ଼, ଚାଉଳ, ବିସ୍କୁଟ୍, ପଲିଥିନ୍ ଏବଂ ଆଂଟି-ସର୍ପ ଭେନମ୍ ଯଥେଷ୍ଟ ପରିମାଣରେ ମହଜୁଦ ରଖାଯାଇଛି।ଫ୍ଟିପିଏସଓଡିଏଲ ଅଧୀନରେ ପ୍ରଭାବିତ ୨୦,୧୯,୧୨୪ ଗ୍ରାହକଙ୍କ ମଧ୍ୟରୁ ୬୫.୪୧% (୧୩,୨୦,୭୦୫ ଜଣ) ଙ୍କୁ ବିଦ୍ୟୁତ୍ ସଂଯୋଗ ପୁନରୁଦ୍ଧାର କରାଯାଇସାରିଛି। ଗଜପତିରେ ସର୍ବାଧିକ ୮୧.୧୬% ଏବଂ ମାଲକାନଗିରିରେ ୭୧.୬୧% ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande