ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ସେଚପାଇଁ ଜଳ ଯୋଗାଣ ଆରମ୍ଭ
ବଲାଙ୍ଗୀର, ୨୮ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ଚାଷଜମିକୁ ଜଳଯୋଗାଣ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ବାମ କେନାଲ ଦ୍ୱାରା ୧୩୧୩୦ ହେକ୍ଟର ଚାଷଜମିକୁ ପାଣି ମାଡୁଥିବା ଜଣାଯାଇଛି। ଲୋଇସିଂହା ବ୍ଲକ ଅନ୍ତର୍ଗତ ୫୨ଟି ଗ୍ରାମ ସମେତ ବଲାଙ୍ଗ
ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ସେଚପାଇଁ ଜଳ ଯୋଗାଣ ଆରମ୍ଭ


ବଲାଙ୍ଗୀର, ୨୮ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ଚାଷଜମିକୁ ଜଳଯୋଗାଣ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ବାମ କେନାଲ ଦ୍ୱାରା ୧୩୧୩୦ ହେକ୍ଟର ଚାଷଜମିକୁ ପାଣି ମାଡୁଥିବା ଜଣାଯାଇଛି। ଲୋଇସିଂହା ବ୍ଲକ ଅନ୍ତର୍ଗତ ୫୨ଟି ଗ୍ରାମ ସମେତ ବଲାଙ୍ଗୀର ବ୍ଲକର ୧୩ଟି ଗ୍ରାମର ଚାଷଜମିକୁ ବାମ କେନାଲ ବାଟେ ଜଳ ଯୋଗାଣ ହେଉଛି। ଏଥିସହିତ ୨୬ ନଂ ଜାତୀୟ ରାଜପଥର ବାମ ପାର୍ଶ୍ୱରେ ସେଚାଂଚଳ ସୀମା ସ୍ଥିର କରାଯାଇଛି। ଲୋଇସିଂହା ଗ୍ରାମ ପଂଚାୟତର ସେଚାଂଚଳ ଆର୍ଏମ୍-୯, ଆର୍ଏମ୍-୧୦, ଏଲ୍ଏମ୍-୫ ବିତରଣ ପ୍ରଣାଳୀର ଅଧିକାଂଶ ଅଂଶ ପ୍ରକଳ୍ପର ନିମ୍ନ ଅଂଶରେ ଅବସ୍ଥିତ। ଆର୍ଏମ୍-୯, ଆର୍ଏମ୍-୧୦ ଏବଂ ଏଲ୍ଏମ୍-୫ ମୁଣ୍ଡରେ ପରୀକ୍ଷା ମୂଳକ ଭାବେ ଜଳସେଚନ କରାଯାଉଛି। ଜଳସେଚନ ପାଇଁ ସୀମିତ କ୍ଷମତା ଥିବାରୁ ଏହି ଅନୁମୋଦିତ ସେଚାଂଚଳ ଉପରେ ଆଧାର କରି ଲୋଇସିଂହା ପଂଚାୟତର ଢୋଲମହୁଲ ମୌଜାର ୪୧.୬୮ ହେକ୍ଟର, ସୁଜିଆ ମୌଜାର ୧୬୨.୬୮ ହେକ୍ଟର ଓ କର୍ଲିପାଟ ମୌଜାର ୧୬୨.୬୮ ହେକ୍ଟର ଚାଷଜମି ଜଳସେଚିତ ହେଉଥିବା ଜଣାଯାଇଛି। ଏଥିସହିତ ହୀରାପୁର ପଂଚାୟତ ଅଧୀନ ମାଣ୍ଡିଆପଦର ଗ୍ରାମର ୧୬୨.୮ ହେକ୍ଟର ଜମିକୁ ପରୀକ୍ଷା ମୂଳକ ଭାବେ ଜଳସେଚନ ପ୍ରକ୍ରିୟା ଚାଲିଛି। ହୀରାପୁର ପଂଚାୟତ ଅନ୍ତର୍ଗତ ହୀରାପୁର, ଟେଭାଡୁଙ୍ଗୁରୀ, ଗୋପାଲପୁର, ବାର୍ଡୋଲ ତଥା ବୁର୍ଡା ପଂଚାୟତର ଗ୍ରାମଗୁଡ଼ିକ ଅନୁମୋଦିତ ସେଚାଂଚଳ ଅଧିନରେ ନଥିବାରୁ ଉପରୋକ୍ତ ଗ୍ରାମଗୁଡ଼ିକୁ ଜଳସେଚନ ହୋଇପାରୁ ନାହିଁ। ଉପରୋକ୍ତ ଗ୍ରାମଗୁଡ଼ିକୁ ଅଙ୍ଗନଦୀର ମେଗାଲିଫ୍ଟ ଯୋଜନା ମାଧ୍ୟମରେ କୁଟାସିଂହା ଠାରେ ପ୍ରସ୍ତାବିତ ଆଇଏସ୍ଏସ୍ରୁ ଜଳସେଚନ କରାଯିବା ସକାଶେ ପ୍ରସ୍ତାବ ରହିଥିବା ଜଣାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande