
ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ସିନ୍ଦୋଳ ପଂଚାୟତର ସାଂସ୍କୃତିକ ଗଣପର୍ବ ଲକ୍ଷ୍ମୀନାରାୟଣ ପୂଜା କୁମାରପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି।ଏହି ଲାଷ୍ମୀ ନାରାୟଣ ପୂଜାପାଇଁ ସ୍ଥାନୀୟ ଅଂଚଳ ଉତ୍ସବ ମୁଖର ହୋଇଉଠିଛି।ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକ ମାଳା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି।ଏହି ଲାଷ୍ମୀ ନାରାୟଣଙ୍କ ନିକଟରେ ଯିଏ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ ବୋଲି କୁହାଯାଏ।୧୯୨୨ ମସିହାରୁ ନୂଆପାଟଣା ଗାଁ ତଥା ଆଖପାଖ ଲୋକମାନଙ୍କ ସହଯୋଗରେ ଏଠାରେ ୭ ଦିନ ଧରି ପାଳିତ ହୋଇଆସୁଥିବା ଲକ୍ଷ୍ମୀନାରାୟଣ ପୂଜା ଚଳିତ ବର୍ଷ ୧୦୫ ବର୍ଷରେ ପଦାର୍ପଣ କରିଛି। ଶନିବାର ଅଧିବାସ କାର୍ଯ୍ୟ ସମାପନ ହୋଇଥିଲା। ରବିବାର ରାତିରେ ଲକ୍ଷ୍ମୀନାରାୟଣଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶତାଧିକ ମାନସିକଧାରୀ ଶ୍ରଦ୍ଧାଳୁ ଲକ୍ଷ୍ମୀନାରାୟଣଙ୍କ କଳସ ଆଗରେ ଛେରାପହଁରା କରି କରି ମନ୍ଦିର ନିକଟକୁ ଯାଇଥିଲେ।ଏଥି ସହ ହଜାର ହଜାର ଶ୍ରଦ୍ଧାଳୁ ଲକ୍ଷ୍ମୀନାରାୟଣଙ୍କ ନିକଟରେ ନେତ୍ରପଣା ଭୋଗ ଲଗାଇଥିବା ବେଳେ ସହସ୍ରାଧିକ ଭକ୍ତଙ୍କର ସମାଗମ ହୋଇଥିଲା। ପ୍ରକାଶ ଯେ ୧୯୯୨ ମସିହାରେ ସିନ୍ଦୋଳ ନୂଆପାଟଣା ଗାଁର ସ୍ୱର୍ଗତ ପୂର୍ଣଚନ୍ଦ୍ର ଦାସ,ସ୍ୱର୍ଗତ ବଟକୃଷ୍ଣ ଦାସ ପିଲାବେଳେ ଧୂଳିବାଲିରେ ଖେଳୁ ଖେଳୁ କୌତୁହଳ ସ୍ୱରୂପ କାଦୁଅରେ ଲକ୍ଷ୍ମୀନାରାୟଣଙ୍କ ଅଧା ଗଢ଼ା ମୂର୍ତି ଟିଏ କରିଦେଇ ଖେଳିସାରିବା ପରେ ଯେଝା ଘରକୁ ଚାଲିଯାଇଥିଲେ। ସେହି ଦିନ ରାତିରେ ବାବା ନାରାୟଣଙ୍କ ସପ୍ନ ଦେଶ ହେବାରୁ ଗ୍ରାମର ସ୍ୱର୍ଗତ ତଉଲି ଦାସ, ସ୍ୱର୍ଗତ ବୁଦ୍ଧିରାମ ବାରିକ ସ୍ୱର୍ଗତ କୃପାସିନ୍ଧୁ ସାହୁ, ସ୍ୱର୍ଗତ ଭଗବାନ ବାରିକ ସ୍ୱର୍ଗତ ପବନ ବାରିକ ପ୍ରମୁଖଙ୍କ ଉଦ୍ୟମରେ ୧୯୨୨ ମସିହାରେ ଏକ ଅସ୍ଥାୟୀ ଚାଳଛପର ଘର ତିଆରି କରି ପୂଜା୍ୱିଧି ଆରମ୍ଭ କରିଥିଲେ।ସେହିବର୍ଷ ଠାରୁ କୁମାର ପୂର୍ଣ୍ଣିମାରେ ପ୍ରଭୁ ଲକ୍ଷ୍ମୀନାରାୟଣଙ୍କର ବାର୍ଷିକ ପୂଜା ମହୋତ୍ସବ ପାଳିତ ହୋଇଆସୁଛି।ଏବେ ସେଠାରେ ସ୍ଥାୟୀ ମନ୍ଦିର ନିର୍ମାଣ ସହ ଲକ୍ଷ୍ମୀ, ନାରାୟଣ, ସରସ୍ୱତୀଙ୍କର ପ୍ରସ୍ତରୀ ବିଗ୍ରହ ପ୍ରତିଷ୍ଠା କରାଯାଇ ପୂଜା କରାଯାଉଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପୂଜା ମହୋତ୍ସବ ୭ଦିନ ଧରି ମହା ଆଡମ୍ବର ସହକାରେ ପାଳିତ ହୋଇଛି।ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବାରୁ ପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୂଜା କମିଟି ପକ୍ଷରୁ ପ୍ରତ୍ୟହ ସନ୍ଧ୍ୟାରେ ପାଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଜଣାପଡିଛି।ପୂଜା କମିଟିର ସଭାପତି ଘନଶ୍ୟାମ ପରିଡା ସମ୍ପାଦକ ପ୍ରଦୀପ କୁମାର ଦାସ ଉପଦେଷ୍ଟା କାଳନ୍ଦୀ ଦାସ, କପିଳେନ୍ଦ୍ର ବାରିକଙ୍କ ସମେତ ସୁଧାକର ଜେନା, ପ୍ରତାପ କୁମାର ଲେଙ୍କା, ଦୀପକ ବାରିକ, କପିଳେନ୍ଦ୍ର ପରିଡା, ପ୍ରହଲ୍ଲାଦ ଲେଙ୍କା, ନିରଞ୍ଜନ ବାରିକ, ସବିତା ଜେନା, ମନୋଜ କୁମାର ସାହୁ,ପ୍ରଦୀପ କୁମାର ଲେଙ୍କା, ରତିକାନ୍ତ ବାରିକ, ପୂର୍ଣ୍ଣଚନ୍ଦ୍ର ପରିଡା, ସୁଶାନ୍ତ କୁମାର ବାରିକ, ରାଜେଶ ଲେଙ୍କା ପ୍ରମୁଖ ସଦସ୍ୟଙ୍କ ସମେତ ଗ୍ରାମବାସୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିବାର ଜଣାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ