ଲଗାଣ ବର୍ଷାରେ ଫିକା ପଡ଼ିଲା ଗଜଲକ୍ଷ୍ମୀ ପୂଜା
କେନ୍ଦ୍ରାପଡ଼ା, ୨୮ ଅକ୍ଟୋବର(ହି.ସ.) – ଓଡ଼ିଶା ପ୍ରସିଦ୍ଧ କେନ୍ଦ୍ରାପଡ଼ାର ଗଣପର୍ବ ଶ୍ରୀଗଜଲକ୍ଷ୍ମୀ ପୂଜା ବାତ୍ୟା ଅର୍ଣ୍ଣବ ପାଇଁ ଫିକା ପଡ଼ିଛି। କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ଶତବାର୍ଷିକ ପାଳନ କରୁଥିବାରୁ ପ୍ରତ୍ୟେକ ପୂଜା ମଣ୍ଡପରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ବଡ଼ବଡ଼ ତୋରଣମାନ
ଲଗାଣବର୍ଷାରେ ଫିକା ପଡିଲାଗଜଲକ୍ଷ୍ମୀ ପୂଜା


କେନ୍ଦ୍ରାପଡ଼ା, ୨୮ ଅକ୍ଟୋବର(ହି.ସ.) – ଓଡ଼ିଶା ପ୍ରସିଦ୍ଧ କେନ୍ଦ୍ରାପଡ଼ାର ଗଣପର୍ବ ଶ୍ରୀଗଜଲକ୍ଷ୍ମୀ ପୂଜା ବାତ୍ୟା ଅର୍ଣ୍ଣବ ପାଇଁ ଫିକା ପଡ଼ିଛି। କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ଶତବାର୍ଷିକ ପାଳନ କରୁଥିବାରୁ ପ୍ରତ୍ୟେକ ପୂଜା ମଣ୍ଡପରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ବଡ଼ବଡ଼ ତୋରଣମାନ ନିର୍ମାଣ କରାଯାଇଛି। ଗତ ୨୫ ତାରିଖ ଠାରୁ ମା’ଙ୍କର ପୂଜା ଆରମ୍ଭ ହୋଇଛି। ୨୬ ଓ ୨୭ ତାରିଖ ଭକ୍ତମାନଙ୍କର ପ୍ରବଳ ଜନଗହଳୀ ଦେଖିବାକୁ ମିଳିଥିବାବେଳେ ୨୭ ରାତି ଠାରୁ ଆରମ୍ଭ ହୋଇଥିବା ବର୍ଷା ୨୮ ତାରିଖ ରାତିଯାଏ ଲଗାଣ ବର୍ଷା ଜାରିରହିଛି। ଫଳରେ ସମସ୍ତ ପୂଜାମଣ୍ଡପ, ବଜାର, ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଫିକା ପଡ଼ିଛି। ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ବ୍ୟବସାୟୀମାନେ ଆସି ବ୍ୟବସାୟ ମେଲେଇଥିବାବେଳେ ଦୁଇଦିନ ଧରି ବର୍ଷାରେ ଏମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପଟେ ପୂଜା ମଣ୍ଡପରେ ଲକ୍ଷଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ତୋରଣମାନ ଓ ସୁସଜ୍ଜିତ ଆଲୋକ ଦ୍ୱାରା କେନ୍ଦ୍ରାପଡ଼ା ସହର କମ୍ପୁଥିବାବେଳେ ଭକ୍ତ ଓ ଶ୍ରଦ୍ଧାଳୁ ବର୍ଷା ପାଇଁ ଘରୁ ନବାହାରିବାରୁ ପୂଜା ମଣ୍ଡପଗୁଡ଼ିକ ଫିକା ପଡ଼ିଛି। ଚଳିତ ବର୍ଷ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଶତବାର୍ଷିକ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ବର୍ଷା ଯୋଗୁ ଏହା ସବୁ ବେକାର ହୋଇଯାଇଛି। ଆସନ୍ତାକାଲି ଗୁରୁବାର ଠାରୁ ଅର୍ଣ୍ଣବ ବାତ୍ୟା ସରିଯିବ ବୋଲି ଆଶା ରଖି ମଣ୍ଡପଗୁଡ଼ିକ ପୁନର୍ବାର ସମସ୍ତ ବ୍ୟବସ୍ଥା କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande