ଅକ୍ଟୋବର, ୮ ଓଡିଶା ବନ୍ଦ ପାଇଁ ଇଣ୍ଡିଆ ମେଂଟ ପକ୍ଷରୁ କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କୁ ବରଖାସ୍ତ କରି ଗିରଫ କରିବା, ଏସ୍ଆଇଆର୍ ପ୍ରକ୍ରିୟା ବାତିଲ କରିବା, ଇଭିଏମ ହଟାଇ ବାଲାଟ ପେପର ରେ ଭୋଟ କରାଇବା, ଏମ୍ ଏମ୍ ଡି ଆର ସଂଶୋଧନ ଆଇନ-୨୦୨୬ ବାତିଲ କରିବା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ
CONGRESS PRESS MEET


ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କୁ ବରଖାସ୍ତ କରି ଗିରଫ କରିବା, ଏସ୍ଆଇଆର୍ ପ୍ରକ୍ରିୟା ବାତିଲ କରିବା, ଇଭିଏମ ହଟାଇ ବାଲାଟ ପେପର ରେ ଭୋଟ କରାଇବା, ଏମ୍ ଏମ୍ ଡି ଆର ସଂଶୋଧନ ଆଇନ-୨୦୨୬ ବାତିଲ କରିବା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଭଦ୍ରକ ଜିଲ୍ଲାରେ ବନ୍ୟାଜନିତ ମୃତ୍ୟୁବରଣ କରିଥିବା ପରିବାର ଓ କ୍ଷତିଗ୍ରସ୍ତ ଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବିରେ ଆସନ୍ତା ଅକ୍ଟୋବର ୮ ତାରିଖ ସକାଳ ୬ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଓଡିଶା ବଂଦ ରହି୍ୱା ନେଇ ଆଜି ଇଣ୍ଡିଆ ମେଂଟ ପକ୍ଷରୁ କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଅତ୍ୟାବଶ୍ୟକ ସେବା କ୍ଷେତ୍ର ଦମକଳ, ଆମ୍ବୁଲାନ୍ସ, କ୍ଷୀର ଗାଡି, ପିଇବା ପାଣି ଟ୍ୟାଙ୍କରୁ କୁ ଛାଡି ଓଡିଶା ମାଟିରେ ଟ୍ରେନ୍, ବସ୍, ଟ୍ରକ୍, ବିଭିନ୍ନ ପ୍ରକାର ଗାଡି ମଟର , ସମସ୍ତ କଳକାରଖାନା, ବ୍ୟାଙ୍କ, ଡାକ ତାର ସେବା,ଫେରିଘାଟ, ବୋଟ, ବନ୍ଦର, ଖଣି ଖାଦାନ, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ ଦପ୍ତର, ନ୍ୟାୟାଳୟ ଗୁଡିକ ଏହି ଦିନ ବଂଦ ରହିବ । ଏହି ବଂଦକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ଇଣ୍ଡିଆ ମେଂଟ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସ ଭଦ୍ରକ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ସିପିଆଇ(ଏମ) ନେତା ଚନ୍ଦ୍ରଶେଖର ନାୟକ, ବରିଷ୍ଠ ସିପିଆଇ ନେତା ରମେଶ ଜେନା, ସିପିଆଇ ର ଯୁବ ନେତା ଦିଲିପ ନାୟକ, ସିପିଆଇଏମଏଲ( ଲିବରେସନ) ଜିଲ୍ଲା ସଂପାଦକ ସମର ବଳ, କଂଗ୍ରେସ ନେତା ପିତବାସ ଧଳ, ଜିଲ୍ଲା କଂଗ୍ରେସ ଉପସଭାପତି ରମେଶ ଚନ୍ଦ୍ର ନାୟକ, ଯୁବ କଂଗ୍ରେସ ସଭାପତି ବଳରାମ ରାଉତ, ଯୁବନେତା ବିଜୟ ବାରିକ୍, ସରୋଜ ରାଉଳ, ମହିଳା ନେତ୍ରୀ ଶର୍ମିଷ୍ଠା ପଣ୍ଡା ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥା ଓ ବିପନ୍ନ ଗଣତନ୍ତ୍ରର ସୁଧାର ପାଇଁ ଜିଲ୍ଲା ବାସୀ ଲଢେଇ କରିବାକୁ ଆହ୍ୱାନ ଦେବା ସହ ଅକ୍ଟୋବର, ୮ ଓଡିଶା ବଂଦ କୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande