ଅର୍ଣ୍ଣବ' ବାତ୍ୟା ପ୍ରଭାବିତ କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଜରୁରୀ କେନ୍ଦ୍ରୀୟ ସହାୟତା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ
ଜୟପୁର, ୩୦ ଅକ୍ଟୋବର (ହି.ସ.)- କୋରାପୁଟ ସାଂସଦ ତଥା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ସପ୍ତଗିରି ଶଙ୍କର ଉଲାକା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି। ''ଅର୍ଣ୍ଣବ'' ବାତ୍ୟା ଏବଂ ଏହା ପରବର୍ତ୍ତୀ ପ୍ରବଳ ବର୍ଷା ଓ ହଠାତ୍ ଆସ
ଅର୍ଣ୍ଣବ'  ବାତ୍ୟା ପ୍ରଭାବିତ କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଜରୁରୀ କେନ୍ଦ୍ରୀୟ ସହାୟତା ନେଇ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ସାଂସଦ


ଜୟପୁର, ୩୦ ଅକ୍ଟୋବର (ହି.ସ.)- କୋରାପୁଟ ସାଂସଦ ତଥା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ସପ୍ତଗିରି ଶଙ୍କର ଉଲାକା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି। 'ଅର୍ଣ୍ଣବ' ବାତ୍ୟା ଏବଂ ଏହା ପରବର୍ତ୍ତୀ ପ୍ରବଳ ବର୍ଷା ଓ ହଠାତ୍ ଆସିଥିବା ବନ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଯେଉଁ ବ୍ୟାପକ କ୍ଷୟକ୍ଷତି ହୋଇଛି, ସେହି ପରିପ୍ରେକ୍ଷୀରେ ଶ୍ରୀ ଉଲାକା କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ, କ୍ଷୟକ୍ଷତିର ପୁଙ୍ଖାନୁପୁଙ୍ଖ ଆକଳନ ଏବଂ ଏକ ସ୍ୱତନ୍ତ୍ର ପୁନର୍ବାସ ପ୍ୟାକେଜ୍ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।ମୁଖ୍ୟତଃ ଆଦିବାସୀ ବହୁଳ ଏବଂ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଏଠାରେ ବିପଦର ମାତ୍ରା ଅଧିକ ବୋଲି ଦର୍ଶାଇ ଶ୍ରୀ ଉଲାକା କହିଛନ୍ତି ଯେ, ପ୍ରବଳ ବର୍ଷା, ବନ୍ୟା, ଜଳବନ୍ଦୀ ଅବସ୍ଥା, ଗଛ ପଡ଼ିବା ଏବଂ ଭୂସ୍ଖଳନ ଆଶଙ୍କା ଯୋଗୁଁ ସାଧାରଣ ଜୀବନଯାପନ, ଗ୍ରାମାଞ୍ଚଳ ସଂଯୋଗ ବ୍ୟବସ୍ଥା, କୃଷି କାର୍ଯ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହୋଇଛି।ଉପଲବ୍ଧ ବର୍ଷା ତଥ୍ୟ ଅନୁଯାୟୀ, ପଟ୍ଟାଙ୍ଗିରେ ୧୮୮ ମିଲିମିଟର ଏବଂ ସେମିଳିଗୁଡ଼ାରେ ୧୪୩.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ଫଳରେ ରାସ୍ତାଘାଟ, ପୋଲ, କୃଷି ଜମି ଏବଂ ଦୁର୍ଗମ ଅଞ୍ଚଳରେ ଥିବା ଜନବସତିଗୁଡ଼ିକର କ୍ଷୟକ୍ଷତି ନେଇ ଗମ୍ଭୀର ଚିନ୍ତା ପ୍ରକାଶ ପାଇଛି। ଶ୍ରୀ ଉଲାକା ବିଶେଷ ଭାବରେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, ଲମତାପୁଟ, ନାରାୟଣପାଟଣା, ବନ୍ଧୁଗାଁ ଓ ଲକ୍ଷ୍ମୀପୁର ବ୍ଲକ୍ ଏବଂ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, କାଶୀପୁର, ବିଷମକଟକ, ମୁନିଗୁଡ଼ା, ଚନ୍ଦ୍ରପୁର, ଗୁଡ଼ାରି ଓ ଗୁଣୁପୁର ବ୍ଲକ୍ ର ସ୍ଥିତି ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି।କୃଷକମାନଙ୍କ ପାଇଁ କ୍ଷତିପୂରଣ ୭୨ ଘଣ୍ଟା ମଧ୍ୟରେ ଫସଲହାନିର ପ୍ରାଥମିକ ସର୍ବେକ୍ଷଣ ସମ୍ପନ୍ନ କରନ୍ତୁ ଏବଂ ଏହା ପରେ ବିସ୍ତୃତ ଯାଞ୍ଚ କରନ୍ତୁ। ବିପର୍ଯ୍ୟୟ ସହାୟତା ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ଅନ୍ୟାନ୍ୟ ସହାୟତା ମାଧ୍ୟମରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ନିଶ୍ଚିତ କରନ୍ତୁ; ବିଶେଷକରି କ୍ଷୁଦ୍ର, ନାମମାତ୍ର ଏବଂ ଆଦିବାସୀ ଚାଷୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ। ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର କ୍ଷତିଗ୍ରସ୍ତ (ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା) ରାସ୍ତା, ଗ୍ରାମୀଣ ସେତୁ ଏବଂ କଜୱେ (ରାସ୍ତା ଉପରେ ପାଣି ଯିବା ବ୍ୟବସ୍ଥା) ପାଇଁ ଜରୁରୀକାଳୀନ ପାଣ୍ଠି ଯୋଗାଇ ଦିଅନ୍ତୁ। ଏହି ପୁନଃନିର୍ମାଣ କାର୍ଯ୍ୟ ଜଳବାୟୁ ପରିବର୍ତ୍ତନକୁ ସହ୍ୟ କରିବା ଭଳି ହେବା ସହ ଉନ୍ନତ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ବଳିତ ହେବା ଆବଶ୍ୟକ। ବନ୍ୟା ଓ ଭୂସ୍ଖଳନର ସ୍ଥାୟୀ ପ୍ରତିକାର ବଂଶଧାରା, ନାଗାବଳୀ, କୋଲାବ ଏବଂ ଇନ୍ଦ୍ରାବତୀ ନଦୀ ଅବବାହିକା ଅଞ୍ଚଳ ପାଇଁ ଏକ ବ୍ୟାପକ ପ୍ରତିକାର ଯୋଜନା ପ୍ରସ୍ତୁତ କରିବାକୁ ଏକ ଉଚ୍ଚସ୍ତରୀୟ ବୈଜ୍ଞାନିକ କାର୍ଯ୍ୟଦଳ ଗଠନ କରନ୍ତୁ। ଏଥିରେ ଜଳ ଶକ୍ତି ମନ୍ତ୍ରଣାଳୟ, କେନ୍ଦ୍ର ଜଳ ଆୟୋଗ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଏବଂ 'କୋଏଲିସନ୍ ଫର୍ ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର୍' ର ପ୍ରତିନିଧିମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ।ଆଦିବାସୀ ବସତିଗୁଡ଼ିକର ସୁରକ୍ଷା : ଭୌଗୋଳିକ ଦୃଷ୍ଟିରୁ ବିଚ୍ଛିନ୍ନ ଆଦିବାସୀ ଗ୍ରାମ ଏବଂ ଅସୁରକ୍ଷିତ ପରିବାରଗୁଡ଼ିକୁ ପ୍ରାଥମିକତା ଦେଇ ତୁରନ୍ତ ରିଲିଫ୍, ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, ଚିକିତ୍ସା ସହାୟତା, ଅସ୍ଥାୟୀ ଆଶ୍ରୟସ୍ଥଳୀ ଏବଂ ସ୍ୱଚ୍ଛତା ସୁବିଧା ଯୋଗାଇ ଦିଅନ୍ତୁ। ଦୀର୍ଘକାଳୀନ ବିପର୍ଯ୍ୟୟ-ସହନକ୍ଷମ ଭିତ୍ତିଭୂମି : ଦକ୍ଷିଣ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ଭିତ୍ତିଭୂମି ସୁଦୃଢ଼ୀକରଣ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦିଅନ୍ତୁ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande