ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି : ଯୁଦ୍ଧକାଳୀନ ଭିତିରେ ରିଲିଫ୍, କ୍ଷତିପୂରଣ ଓ ପୁନର୍ବାସ ଦାବି କଲା ସି.ପି.ଆଇ.(ଏମ୍)
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ବାତ୍ୟା ‘ଅର୍ଣ୍ଣବ’ ପରବର୍ତୀ ଅବିରତ ଓ ଅତି ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ଭୟାବହ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ। ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜନଜୀବନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶହ ଶହ ଗାଁ ଜଳବନ୍ଦୀ ହୋ
ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି : ଯୁଦ୍ଧକାଳୀନ ଭିତିରେ ରିଲିଫ୍, କ୍ଷତିପୂରଣ ଓ ପୁନର୍ବାସ ଦାବି କଲା ସି.ପି.ଆଇ.(ଏମ୍)


ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ବାତ୍ୟା ‘ଅର୍ଣ୍ଣବ’ ପରବର୍ତୀ ଅବିରତ ଓ ଅତି ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ଭୟାବହ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ। ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜନଜୀବନ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶହ ଶହ ଗାଁ ଜଳବନ୍ଦୀ ହୋଇଥିବାବେଳେ ହଜାର ହଜାର ପରିବାର ଘରଦ୍ୱାର, ଚାଷଜମି ଓ ଜୀବିକା ହରାଇ ଅସହାୟ ଅବସ୍ଥାରେ ରହିଛନ୍ତି। ଏହି ପରିସ୍ଥିତିରେ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟିର ଏକ ପ୍ରତିନିଧିମଣ୍ଡଳୀ ବରିଷ୍ଠ ପାର୍ଟି ନେତା ଅଳି କିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ, ଗଞ୍ଜାମ ଜିଲ୍ଲା ସଂପାଦକ ଯୁଧିଷ୍ଠିର ବେହେରା ଓ କୃଷକ ନେତା ଗୋପାଳକୃଷ୍ଣ ପାଣିଗ୍ରାହୀ ଏବଂ ଅନ୍ୟସାଥୀମାନେ ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ଅଂଚଳଗୁଡ଼ିକ ପରିଦର୍ଶନ କରୁଛନ୍ତି। ପ୍ରତିନିଧିମଣ୍ଡଳୀ ବିପନ୍ନ ପରିବାରଙ୍କୁ ଭେଟି ସେମାନଙ୍କ ଦୁର୍ଦ୍ଦଶା ଓ କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ରିଲିଫ୍ ବଣ୍ଟନ ଓ ପୁନର୍ବାସ କାର୍ଯ୍ୟ ଅନୁଧ୍ୟାନ କରିବେ। ସି.ପି.ଆଇ.(ଏମ୍) ରାଜ୍ୟ କମିଟି ତରଫରୁ ଓଡ଼ିଶାର ଯେଉଁ ଜିଲ୍ଲାଗୁଡ଼ିକ ବନ୍ୟାରେ ପ୍ରଭାବିତ ହୋଇନାହାନ୍ତି, ସେଠାକାର ସମସ୍ତ ପାର୍ଟିର୍ କମିଟି ଓ ଗଣଫ୍ରଂଟ ଗୁଡ଼ିକୁ ତୁରନ୍ତ ରିଲିଫ୍ ସାମଗ୍ରୀ ଓ ଅର୍ଥ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ ସଂପାଦକମଣ୍ଡଳୀ ଦାବି କରୁଛି ଯେ, ସମସ୍ତ ବିପନ୍ନ ଅଞ୍ଚଳରେ ତୁରନ୍ତ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲୁ କରାଯାଉ। ପ୍ରତ୍ୟେକ ପ୍ରଭାବିତ ପରିବାରକୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଔଷଧ ଓ ଆଶ୍ରୟ ଯୋଗାଇ ଦିଆଯାଉ। ପଶୁମାନଙ୍କ ପାଇଁ ଖାଦ୍ୟ ସୁନିଶ୍ଚିତ କରାଯାଉ। ତୁରନ୍ତ କ୍ଷୟକ୍ଷତି ଆକଳନ କରି ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଉ। କୃଷକ, ଭାଗଚାଷୀ, ମତ୍ସ୍ୟଜୀବୀ ଓ ଦିନମଜୁରିଆଙ୍କ ଜୀବିକା ପୁନଃରୁଦ୍ଧାର ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ ଘୋଷଣା କରାଯାଉ। ଦକ୍ଷିଣ ଓଡ଼ିଶାର ଏହି ଭୟାବହ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ତୁରନ୍ତ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା ସହିତ ରିଲିଫ, କ୍ଷତିପୂରଣ ଓ ପୁନର୍ବାସ ପାଇଁ ସମୟବଦ୍ଧ କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ ବୋଲି ଦାବି କରିଛି ସିପିଆଇଏମ୍।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande