
ଗଞ୍ଜାମ, ୩୦ ଅକ୍ଟୋବର (ହି.ସ.)- ଆଜି ଅପରାହ୍ନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ଗଞ୍ଜାମ ଜିଲ୍ଲାର ଜଳ ପ୍ରଳୟ ଦେଖି ଅଭିଭୂତ ହୋଇପଡିଛନ୍ତି। ବିପନ୍ନଙ୍କ ପାଖରେ କିପରି ସହାୟତା ଓ ରିଲିଫ ପହଞ୍ଚୁଛି ସେ ସମ୍ପର୍କରେ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। କ୍ଷତିଗ୍ରସ୍ତ ଜମି, ବିଛିନ୍ନ ଯୋଗାଯୋଗ ସମ୍ପର୍କରେ ଆଲୋଚନା କରିବାସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ୍ୟା ଅଞ୍ଚଳ ପରିଦର୍ଶନ ପରେ ରଙ୍ଗେଇଲୁଣ୍ଡା ଵ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ହାଇଲେବଲ ଵୈଠକ କରିଛନ୍ତି। ଏଥିରେ ଲୋକଙ୍କ ବନ୍ୟାଜନିତ ଦୁଃଖ ଦୁର୍ଦ୍ଦଶା ମୋଚନ ପାଇଁ ଓଡ଼ିଶା ସରକାର ସଦା ଜାଗ୍ରତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି। କେନ୍ଦ୍ର ସରକାରଙ୍କ ଠାରୁ ଆବଶ୍ୟକ ସହାୟତା ପାଇଁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ପ୍ରତିଶ୍ରୁତି ମିଳିଥିଵା ସେ ସୂଚନା ଦେଇଛନ୍ତି।
ରାଜ୍ୟ ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି ଆସନ୍ତା ଦୁଇ ତାରିଖରେ କେନ୍ଦ୍ରରୁ ଦୁଇ ଜଣିଆ ଟିମ୍ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ଆସିବା ପରେ ଓଡ଼ିଶାକୁ ସହାୟତା ଆସିବ ବୋଲି ସେ କହିଛନ୍ତି। ବୈଠକରେ ଜିଲାପାଳଙ୍କ ସମେତ ବହୁପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ଆଜି ଅପରାହ୍ନରୁ ଚାରୋଟି ହେଲକେପ୍ଟରେ ଭୁଵନେଶ୍ୱରରୁ ଖାଦ୍ଯ ପୁଡିଆ ଆଣି ଗଞ୍ଜାମ ଜିଲାର ବିପନ୍ନ ଲୋକଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ, ଆସିକା ଭଞ୍ଜନଗର ଓ ଶେରଗଡ଼ ଅଞ୍ଚଳରେ ପକାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ