ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ ସ୍ଥାନରେ ଅତି ଭୀଷଣ ବର୍ଷା, ୨୬ ସ୍ଥାନରେ ଭୀଷଣ ବର୍ଷା : ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୧୮୫.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୨୬ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୧୮୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୧୭୩.୦ ମି.ମି., ପୋ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ ସ୍ଥାନରେ ଅତି ଭୀଷଣ ବର୍ଷା, ୨୬ ସ୍ଥାନରେ ଭୀଷଣ ବର୍ଷା : ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୧୮୫.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୨୬ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୧୮୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୧୭୩.୦ ମି.ମି., ପୋଲସରାରେ ୧୫୪.୬ ମି.ମି., ପୁରୀ ଜିଲ୍ଲାର ନିମାପଡାରେ ୧୫୪.୨ ମି.ମି., ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ୧୦୮.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ୯୦.୬ ମି.ମି., ଗଞ୍ଜାମ ଜିଲ୍ଲାର ଧରାକୋଟରେ ୮୯.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଜି.ବି. ନଗରରେ ୮୫.୦ ମି.ମି., ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ୮୪.୦ ମି.ମି., ଖଇରାରେ ୮୩.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ୮୨.୦ ମି.ମି., ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ୮୧.୦ ମି.ମି. ଏବଂ ବାଲେଶ୍ୱର ଜିଲ୍ଲାର ଔପଦାରେ ୮୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande