ଡିଜେ ଗାଡି ଜଵତ, ଚାଳକ ଗିରଫ
ଗଞ୍ଜାମ, ୬ ଅକ୍ଟୋବର (ହି.ସ.)- ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ଡିଜେ ସାଉଣ୍ଡକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣା ସମ୍ପର୍କରେ ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଡିଜେ ଜବତ କରିବା ସହ ଚାଳକକୁ ମଧ୍ୟ ଗିରଫ କରିଛି। ଏ ସଂକ୍ରାନ୍ତରେ ଥାନାରେ ୭
ଡିଜେ ଗାଡି ଜଵତ, ଚାଳକ ଗିରଫ


ଗଞ୍ଜାମ, ୬ ଅକ୍ଟୋବର (ହି.ସ.)- ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ଡିଜେ ସାଉଣ୍ଡକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣା ସମ୍ପର୍କରେ ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଡିଜେ ଜବତ କରିବା ସହ ଚାଳକକୁ ମଧ୍ୟ ଗିରଫ କରିଛି। ଏ ସଂକ୍ରାନ୍ତରେ ଥାନାରେ ୭୨୮/୨୬ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି।

କିଛି ଦିନ ପୂର୍ବେ ପିତଳ ଅଞ୍ଚଳରେ ଗଶେଷ ପୂଜା ସମୟରେ ଓ ଭଷାଣୀ ବେଳେ ଆୟୋଜକଙ୍କ ପକ୍ଷରୁ ପୁଲିସର ଅନୁମତି ନିଆଯାଇନଥିବା ଓ ଉଚ୍ଚ ସ୍ବରରେ ଡିଜେ ବଜାଇବା ଫଳରେ କିଛି ଲୋକ ଅସୁସ୍ଥ ହୋଇଥିବା ଶୁଣିବାକୁ ମିଳିଛି। ବର୍ତମାନ ପୁଣି ଏହି ଏହି ଅଞ୍ଚଳରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଆୟୋଜନ ଆରମ୍ଭ ହୋଇ ଗଲାଣି। ଏଥିପାଇଁ ଆୟୋଜକ ମାନେ ହିଞ୍ଜିଳିକାଟୁ ଥାନାର ଅନୁମତି ଆବେଦନ କରିଛନ୍ତି କି ? ପୁଲିସ କର୍ତ୍ତୃପକ୍ଷ ଘଟଣା ପ୍ରତି ଦୃଷ୍ଟି ରଖିବାକୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande