
ଭୁବନେଶ୍ୱର, 06 ଅକ୍ଟୋବର (ହି.ସ.)- ବାଲିଅନ୍ତା
ସୌମ୍ୟ ମୃତ୍ୟୁ ମାମଲାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ
ଡିଜି ବିନୟତୋଷ ମିଶ୍ର । ସୌମ୍ୟଙ୍କ ବାପା ତାଙ୍କୁ
ଭେଟିଥିବା କହିଛନ୍ତି ଡିଜିପି ।
କ୍ରାଇମବ୍ରାଞ୍ଚର ତଦନ୍ତ
ଉପରେ କୌଣସି ଚାପ ନାହିଁ । ଦିନ ୧୦ଟାରେ ଘଟଣା ହୋଇଛି,
ସମସ୍ତେ ଦେଖିଛନ୍ତି । ଯେଉଁଠି ଆବଶ୍ୟକ, ସେଇଠି
ଲାଏ ଡିଟେକ୍ସନ ଟେଷ୍ଟ ହେବ । ପର୍ଯ୍ୟାପ୍ତ ପ୍ରମାଣ ଅଛି, ଆଉ ଲାଏ ଡିଟେକ୍ସନ ଟେଷ୍ଟର
ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା