ଏବିଭିପି ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, 06 ଅକ୍ଟୋବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ଆଜି ସାମିଲ୍ କରି ଛାତ୍ରଛାତ୍ରୀମାନଙ୍କ ସହିତ ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅଭିଯାନ ମାଧ
ମନ୍ତ୍ରୀ


ଭୁବନେଶ୍ୱର, 06 ଅକ୍ଟୋବର (ହି.ସ.)- ଅଖିଳ ଭାରତୀୟ

ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ଆଜି ସାମିଲ୍ କରି

ଛାତ୍ରଛାତ୍ରୀମାନଙ୍କ ସହିତ ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ

ନିତ୍ୟାନନ୍ଦ ଗଣ୍ଡ। ଏହି ଅଭିଯାନ ମାଧ୍ୟମରେ ଆମେ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟ ପରିସରକୁ

ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ସୁନ୍ଦର କରିଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ସ୍ୱଚ୍ଛତା

କେବଳ ଏକ ଦିନର କାର୍ଯ୍ୟ ନୁହେଁ, ଏହା ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହେବା ଉଚିତ।

ଶିକ୍ଷାନୁଷ୍ଠାନ ହେଉଛି ଜ୍ଞାନର ମନ୍ଦିର,

ଏବଂ ଏହାର ପରିବେଶ ସ୍ୱଚ୍ଛ ଥିଲେ ହିଁ ଛାତ୍ରଛାତ୍ରୀମାନେ ଭଲ ମନରେ

ଅଧ୍ୟୟନ କରିପାରିବେ। ଏହି ଅଭିଯାନରେ ଅନେକ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରି ଝାଡୁ

ଲଗାଇବା ସହିତ ଆବର୍ଜନା ସଂଗ୍ରହ କରି ପରିସରର ବିଭିନ୍ନ ସ୍ଥାନକୁ ପରିଷ୍କାର କରିଛନ୍ତି।

ଏବିଭିପି ସର୍ବଦା ଛାତ୍ରଛାତ୍ରୀଙ୍କ

ଶିକ୍ଷାଗତ ଅଧିକାର ପାଇଁ ସଂଘର୍ଷ କରିବା ସହିତ ସମାଜ ଓ ରାଷ୍ଟ୍ର ନିର୍ମାଣରେ ମଧ୍ୟ ସକ୍ରିୟ

ଭୂମିକା ନିର୍ବାହ କରି ଆସିଛି। ଏଭଳି ଅଭିଯାନ ମାଧ୍ୟମରେ ଯୁବପିଢ଼ି ମଧ୍ୟରେ ସାମାଜିକ

ଦାୟିତ୍ୱବୋଧ ଓ ପରିବେଶ ପ୍ରତି ସଚେତନତା ବୃଦ୍ଧି ପାଉଛି। ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତର

ସ୍ୱପ୍ନକୁ ସାକାର କରିବାରେ ଛାତ୍ରଛାତ୍ରୀମାନଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି

ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande