
ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ତାଳପଦା କଲେଜ ରୋଡ଼ରୁ ସୋମବାର ରାତିରେ ପୋଲିସ ୫୬ ଲିଟର ବିଦେଶୀ ମଦ ବୋଝେଇ ହୋଇ ଯାଉଥିବା ଏକ ଅଟୋ ଜବତ କରିଛି । ଏସମ୍ପର୍କରେ ଏସଆଇ ଦୀପ୍ତି ମଞ୍ଜରୀ ବଡ଼ଜେନାଙ୍କ ଏତଲା କ୍ରମେ ୪୨୪/୨୬ରେ ଏକ ମକଦ୍ଦମା ରୁଜୁ ହୋଇଛି । ପୋଲିସ ମଦ ବିକ୍ରେତା ତାଳପଦା ଗ୍ରାମର ମନୋଜ କୁମାର ବେହେରାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଘଟଣାଦିନ ମନୋଜ ଏକ ଅଟୋରେ ବିଦେଶୀ ମଦ ବୋଝେଇ କରି ତାଙ୍କ ଘରକୁ ନେଉଥିଲେ। କୌଣସି ସୂତ୍ରରୁ ଖବର ପାଇବାପରେ ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନିର୍ଦ୍ଦେଶରେ ପୋଲିସ ସଦଳବଳେ ଚଢ଼ାଉ କରି ମନୋଜକୁ ଧରିବାରେ ସକ୍ଷମ ହୋଇଥଲେ । ଅଭିଯୁକ୍ତ ମନୋଜ ନିକଟରୁ ୨ହଜାର ଟଙ୍କା ଜବତ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ