ଶ୍ରୀ ଜିତନ ରାମ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 06 ଅକ୍ଟୋବର (ହି.ସ.)- କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତନ ରାମ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍
ଜିତନ ରାମମାଝୀ


ଭୁବନେଶ୍ୱର, 06 ଅକ୍ଟୋବର (ହି.ସ.)-

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତନ ରାମ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ,

ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, କେନ୍ଦ୍ରୀୟ

ଅଣୁ,

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରୀ ଜିତନ ରାମ ମାଝୀ ଜୀଙ୍କୁ ଜନ୍ମଦିନର

ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସୁସ୍ଥ ଜୀବନ, ସୁଖ ଓ ଆନନ୍ଦ ପ୍ରଦାନ କରନ୍ତୁ ଏବଂ ରାଷ୍ଟ୍ର ସେବାରେ ଆପଣଙ୍କୁ

ଆହୁରି ଅନେକ ବର୍ଷର ସୁଯୋଗ ମିଳୁ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଅଣୁ, କ୍ଷୁଦ୍ର

ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଜିତନ ରାମ ମାଝୀଙ୍କୁ

ଜନ୍ମଦିନର ହୃଦୟଭରା ଶୁଭେଚ୍ଛା। ଜନସେବା ଏବଂ ସମାଜର ବଞ୍ଚିତ ବର୍ଗଙ୍କ ସଶକ୍ତୀକରଣ ପ୍ରତି

ଆପଣଙ୍କ ଆଜୀବନ ସମର୍ପଣ ସମାବେଶୀ ଶାସନର ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ପରିଗଣିତ। ମହାପ୍ରଭୁ

ଜଗନ୍ନାଥ ଆପଣଙ୍କୁ ସୁସ୍ଥତା, ଜ୍ଞାନ ଓ ରାଷ୍ଟ୍ରସେବାରେ ନିରନ୍ତର ଶକ୍ତି ପ୍ରଦାନ କରନ୍ତୁ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତନ ରାମ ମାଝୀ

ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥ ଜୀ ଆପଣଙ୍କୁ ସୁସ୍ଥତା, ସୁଖ ଓ ଦୀର୍ଘାୟୁ ପ୍ରଦାନ କରନ୍ତୁ ଏବଂ ରାଷ୍ଟ୍ରସେବା ଓ ଆମ

ଜନସାଧାରଣଙ୍କ ସଶକ୍ତୀକରଣ ପାଇଁ ଆପଣଙ୍କୁ ନିରନ୍ତର ଆଶୀର୍ବାଦ କରନ୍ତୁ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ

ହରିଚନ୍ଦନ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, କେନ୍ଦ୍ର ଅଣୁ, କ୍ଷୁଦ୍ର

ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରୀ ଶ୍ରୀ ଜିତନ ରାମ ମାଂଝୀଙ୍କୁ ଜନ୍ମଦିନର ହାର୍ଦ୍ଦିକ

ଶୁଭକାମନା। ପ୍ରଭୁ ଶ୍ରୀରାମଙ୍କ କୃପାରୁ ଆପଣ ସଦା ସର୍ବଦା ସୁସ୍ଥ ରୁହନ୍ତୁ ଏବଂ ଜନସେବାରେ

ନିଜକୁ ସମର୍ପିତ ରଖନ୍ତୁ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ

ମୋର ସହଯୋଗୀ ଶ୍ରୀ ଜିତନ ରାମ ମାଝୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଏମଏସଏମଇକ୍ଷେତ୍ରକୁ ସଶକ୍ତ କରିବା ଏବଂ ଦେଶର ଉଦ୍ୟୋଗୀମାନଙ୍କୁ ଆଗକୁ

ବଢ଼ାଇବା ଦିଗରେ ଆପଣଙ୍କ ନିରନ୍ତର ପ୍ରୟାସ ପ୍ରଶଂସନୀୟ। ଈଶ୍ୱରଙ୍କ ନିକଟରେ ଆପଣଙ୍କ ଉତ୍ତମ

ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ

ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତନ ରାମ

ମାଝୀ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଈଶ୍ୱରଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ

ଓ ଦୀର୍ଘାୟୁ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande