
ଗଂଜାମ, 07 ଅକ୍ଟୋବର (ହି.ସ.)ଗଣେଶ ମେଢ଼ ଭସାଣୀକୁ କେନ୍ଦ୍ର କରି ଶେରଗଡ ଥାନା ତାକରଡା ଗ୍ରାମରେ ଗତ ଵିଳମ୍ଵିତ ରାତିରେ ସଂଘଵଦ୍ଧ ଆକ୍ରମଣରେ ଦିୱାନ ମଣ୍ଡଳ ଗୁରୁତର ଆହତ ହୋଇଛନ୍ତି। ଶେରଗଡ଼ ହସ୍ପିଟାଲରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଵ୍ରହ୍ମପୁର ଵଡଡାକ୍ତରଖାନାକୁ ଅଧିକା ଚିକିତ୍ସା ପାଇଁ ପଠାଯାଇଛି। ଅନ୍ୟ ପକ୍ଷରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଵା ସ଼ହ ଅଭିଯୁକ୍ତ ଟିଲୁ ପାତ୍ର, ରାଜ କିଶୋର ପାଢୀ ଓ ସୂବର୍ଣ୍ଣ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ