ଜନସେବାରେ ପିଏମ ମୋଦିଙ୍କ 25 ବର୍ଷ ପୂର୍ତ୍ତି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.)- ଜନସେବାରେ ପିଏମ ମୋଦିଙ୍କ 25 ବର୍ଷ ପୂର୍ତ୍ତି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ୭ ଅକ୍ଟୋବ
ଜନସେବାରେ ପିଏମ ମୋଦିଙ୍କ     25 ବର୍ଷ ପୂର୍ତ୍ତି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ     ଅନ୍ୟମାନେ


ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.)- ଜନସେବାରେ ପିଏମ ମୋଦିଙ୍କ 25 ବର୍ଷ ପୂର୍ତ୍ତି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ୭ ଅକ୍ଟୋବର ୨୦୦୧ରେ ଗୁଜରାଟରୁ ଆରମ୍ଭ ହୋଇଥିବା ସେବା ଯାତ୍ରା, ଆଜି ଭାରତକୁ ବିଶ୍ୱ ମଞ୍ଚରେ ଏକ ଶକ୍ତିଶାଳୀ ଓ ଆତ୍ମନିର୍ଭର ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିଛି। ‘ରାଷ୍ଟ୍ର ପ୍ରଥମ’ ମୂଳମନ୍ତ୍ର ଏବଂ ‘ସବକା ସାଥ୍, ସବକା ବିକାଶ’ର ସଂକଳ୍ପ ନେଇ ୨୦୪୭ ‘ବିକଶିତ ଭାରତ’ ଗଠନ ଦିଗରେ ଦେଶକୁ ନୂଆ ଗତି ପ୍ରଦାନ କରୁଥିବା ଯୁଗାନ୍ତକାରୀ ଜନନାୟକ ଆଦରଣୀୟଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ୨୫ ବର୍ଷର ନିରବଚ୍ଛିନ୍ନ ସେବା ପୂର୍ତ୍ତି ଅବସରରେଅଭିନନ୍ଦନ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ସେବା | ସମର୍ପଣ | ସଂକଳ୍ପ — ୨୫ ବର୍ଷର ଏକ ଅଦ୍ୱିତୀୟ ଗୌରବଗାଥା! ଆଜିର ଦିନଟି ଅଭୂତପୂର୍ବ, ଅକଳ୍ପନୀୟ ଓ ଐତିହାସିକ! ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ସରକାରଙ୍କ ମୁଖିଆ ଭାବରେ ୨୫ ବର୍ଷ ପୂରଣ ହୋଇଛି। ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆରମ୍ଭ ହୋଇଥିବା ବିକାଶର ଏହି ଯାତ୍ରା ଆଜି 'ନୂଆ ଭାରତ', ବିକଶିତ ଓ ଆତ୍ମନିର୍ଭର ଭାରତ ଗଢ଼ିବାର ମହାଯଜ୍ଞରେ ପରିଣତ ହୋଇଛି। ପ୍ରତ୍ୟେକ ନିଷ୍ପତ୍ତିରେ ଅନ୍ତ୍ୟୋଦୟର ଚିନ୍ତା ଏବଂ ପ୍ରତ୍ୟେକ ପଦକ୍ଷେପରେ ରାଷ୍ଟ୍ରର ହିତ। 'ରାଷ୍ଟ୍ର ପ୍ରଥମ' ଚିନ୍ତାଧାରା ଏବଂ 'ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ'ର ଦର୍ଶନ ସହ ଏହା କେବଳ ୨୫ ବର୍ଷର ଯାତ୍ରା ନୁହେଁ, ବରଂ ନିଷ୍ଠା, ସମର୍ପଣ ଓ ସେବାର ଏକ ଅଦ୍ୱିତୀୟ ଅଧ୍ୟାୟ!।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଅଟଳ ପ୍ରତିବଦ୍ଧତାର ୨୫ ବର୍ଷ। ଜନସେବାର ୨୫ ବର୍ଷ। ଗୁଜରାଟରୁ ଦେଶ ପର୍ଯ୍ୟନ୍ତ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଯାତ୍ରା ଲୋକଙ୍କ ସେବା କରିବା ଏବଂ ‘ବିକଶିତ ଭାରତ’ର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହା ସଂକଳ୍ପ, ସେବା ଏବଂ ରାଷ୍ଟ୍ର ପ୍ରଥମର ଏକ ଯାତ୍ରା।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜନସେବାର ୨୫ ବର୍ଷ! ଗୁଜରାଟରୁ ଦେଶର ନେତୃତ୍ୱ ନେବା ପର୍ଯ୍ୟନ୍ତ, ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୫ ବର୍ଷର ଜନସେବା ଯାତ୍ରା ସେବା, ସମର୍ପଣ, ସୁଶାସନ ଏବଂ ରାଷ୍ଟ୍ର ସର୍ବୋପରି ଭାବନାର ଏକ ପ୍ରେରଣାଦାୟୀ ପ୍ରତୀକ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ୨୫ ବର୍ଷ, ଏକ ସଂକଳ୍ପ – ପ୍ରତିଟି ମୁହୂର୍ତ୍ତ ରାଷ୍ଟ୍ର ପାଇଁ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସାର୍ବଜନୀନ ଜୀବନ ସେବା, ତ୍ୟାଗ ଏବଂ ରାଷ୍ଟ୍ର ପ୍ରତି ଅଟଳ ସମର୍ପଣର ଏକ ପ୍ରେରଣାଦାୟକ ଗାଥା। ଏହି ୨୫ ବର୍ଷ ମଧ୍ୟରେ ସେ ଜନସେବାକୁ କେବଳ ଏକ ଦାୟିତ୍ୱ ଭାବେ ନୁହେଁ, ବରଂ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି ଏବଂ ଦେଶବାସୀଙ୍କ ଜୀବନରେ ନିରନ୍ତର ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରିଆସିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande