ଶେରଗଡ଼ ଆଇସିଡିଏସ୍ ରେ ପ୍ରକଳ୍ପ ସ୍ତରୀୟ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ
ଗଂଜାମ, 07 ଅକ୍ଟୋବର (ହି.ସ.) ଶେରଗଡ ଆଇସିଡିଏସରେ ନବମ ରାଷ୍ଟ୍ରୀୟ ପୋଷଣ ମାହ ପ୍ରତି ଯୋଗିତା ସିଡ଼ିପିଓ ମମତାଞ୍ଜଳି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏବିଇଓ ଏ ଅନନ୍ତରାମ ଆଚାରୀ,ସିଆରସିସି ଆଲୋକକୁମାର ଷଡ଼ଙ୍ଗୀ, ଵିସିପୋଷଣ ଶିବଶଙ୍କର ଆଚାରୀ୍ ୫୬ଜିଲାପରିଷଦ ସଭ୍ୟ ଚିତ୍ତରଞ୍ଜନ
ଶେରଗଡ଼ ପ୍ରକଳ୍ପ


ଗଂଜାମ, 07 ଅକ୍ଟୋବର (ହି.ସ.) ଶେରଗଡ ଆଇସିଡିଏସରେ ନବମ ରାଷ୍ଟ୍ରୀୟ ପୋଷଣ ମାହ ପ୍ରତି ଯୋଗିତା ସିଡ଼ିପିଓ ମମତାଞ୍ଜଳି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏବିଇଓ ଏ ଅନନ୍ତରାମ ଆଚାରୀ,ସିଆରସିସି ଆଲୋକକୁମାର ଷଡ଼ଙ୍ଗୀ, ଵିସିପୋଷଣ ଶିବଶଙ୍କର ଆଚାରୀ୍ ୫୬ଜିଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ପାଣିଗ୍ରାହି,ଟିବି ଏମ ଓ ମିଶ୍ର ଓ କାମନା ପଣ୍ଡା ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ। ଅଙ୍ଗନବାଡି କର୍ମୀ ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା ଓ ବବି ଯେନା ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।କୁଇଜ୍, ଚିତ୍ରାଙ୍କନ ଓ ରଚନା ପ୍ରତି ଯୋଗିତାରେ ୯ଜଣକିଶୋରଓ କିଶୋରୀଙ୍କୁ ପୁରସ୍କୃତ କରାଯାଇଛି। ସେମାନେ ହେଲେ ଓମ ପାଣିଗ୍ରାହି,ସାଗରିକା ଚୌଧୁରୀ,ପାୟଲ ପ୍ରଧାନ, ସ୍ୱ।ତୀ ରାଉଳ,ଦୀପିକା ଵାଡତ୍ୟା, ଶ୍ରୀ କାନ୍ତସ୍ୱ।ଇ, ଗାୟତ୍ରୀ ମହାରଣା, ପାୟଲପ୍ରଧାନ ଓପ୍ରାଚୀରାଣୀ ଗୈ।ଡ଼। ଜ୍ଞାନ କେନ୍ଦ୍ର ର ୨୧ଜଣଅଙ୍ଗନବାଡିକର୍ମୀଙ୍କୁ ସେମାନଙ୍କ ଉତ୍ତମ କାର୍ଯ୍ୟ ପାଇଁ ମାନପତ୍ର ଟ୍ରଫି ଦେଇ ସମ୍ମାନୀତକରାଯାଇଛି।ଆଜିର ଏହି କାର୍ଯ୍ୟକ୍ରମ ରେଅଞ୍ଚଳ ପରିଦର୍ଶିକା ଵାସନ୍ତିଦାସ,ସଞ୍ଜୁକ୍ତା ପ୍ରଧାନ,ହୀରାପାତ୍ରଓଦୀପ୍ତିଧୋଵା ସମେତ, ଅଫିସ କର୍ମଚାରୀ, ସୁଭଦ୍ରା ହିତାଧିକାରୀ, ମମତା ପିଏ,ଏସହେଚଜି ଗୃପସଦସ୍ଯା, ଓ କିଶୋରୀ ବାଳିକାମାନେଵହୁ ସଂଖ୍ୟା ରେ ଉପସ୍ଥିତ ଥିଲେ। ଏଥିରେ ସୁପରଭାଇଜର ଓ ପୋଷଣ ଵିସିଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି। କାର୍ଯ୍ୟ କ୍ରମରେ ଶେରଗଡ ମିଡ଼ିଆ ହାଉସ ସଭାପତି ମେଘନାଦ ଦାସ ଓ ଅନ୍ଯକେତକଗଣମାଧ୍ୟମ ପ୍ରତି ନିଧି ସ୍ଥାନୀୟ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସର ସସୁନ୍ଦର ହୋଇଥିବାରୁପରିଶେଷରେ ସିଡ଼ିପିଓ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande