ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦୁଇ ଦିନିଆ ସମାରୋହ ‘ଆଦ୍ୟାଶା’ ଆୟୋଜିତ
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦୁଇ ଦିନିଆ ସମାରୋହ ‘ଆଦ୍ୟାଶା’ ଆୟୋଜିତ
ଓଡ଼ିଶା ରାଜ୍ୟ ଶିଶୁ     ଅଧିକାର ସୁରକ୍ଷା ଆୟୋଗର ୧୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦୁଇ ଦିନିଆ ସମାରୋହ ‘ଆଦ୍ୟାଶା’ ଆୟୋଜିତ


ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ଶିଶୁଙ୍କ

ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ

ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୬ତମ

ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦୁଇ ଦିନିଆ ସମାରୋହ ‘ଆଦ୍ୟାଶା’

ଆୟୋଜିତ ହୋଇଛି। ‘ସୈଶବର ଆଶା, ଭବିଷ୍ୟତର ଭରସା’ ବାର୍ତ୍ତାକୁ ନେଇ ଆୟୋଜିତ ଏହି ସମାରୋହ

ଶିଶୁଙ୍କ ଅଧିକାରର ସୁରକ୍ଷା ଓ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପ୍ରତି ଆୟୋଗର

ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଚସ୍ପତି

ସୁରମା ପାଢ଼ୀ ଯୋଗ ଦେଇଥିବା ବେଳେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ,

ଆସାମ ଓ ମହାରାଷ୍ଟ୍ରର ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷମାନେ ମଧ୍ୟ

ସାମିଲ ହୋଇଛନ୍ତି। ଏହି ସମାରୋହ ବିଭିନ୍ନ ରାଜ୍ୟ ମଧ୍ୟରେ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କିତ

ଅନୁଭୂତି ଓ ଚିନ୍ତାଧାରାର ଆଦାନପ୍ରଦାନ ପାଇଁ ଏକ ମଞ୍ଚ ପ୍ରଦାନ କରିଛି।ଶିଶୁମାନଙ୍କର ଶାରୀରିକ,

ମାନସିକ ଓ ବୌଦ୍ଧିକ ବିକାଶ ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି

କରିବା ଏହି ସମାରୋହର ଅନ୍ୟତମ ମୁଖ୍ୟ ବାର୍ତ୍ତା। ବିଶେଷକରି ଅସୁରକ୍ଷିତ ପରିବେଶରେ ବଢ଼ୁଥିବା

ଶିଶୁମାନଙ୍କ ସୁରକ୍ଷା, ସେମାନଙ୍କ ସମସ୍ୟାର ସମାଧାନ ଓ ଅଧିକାର

ସୁନିଶ୍ଚିତ କରିବା ଦିଗରେ ଆୟୋଗର ପ୍ରୟାସକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର୍ ଦିଆଯାଇଛି।

ସମାରୋହର ପ୍ରଥମ ଦିନରେ

ଉଦ୍ଘାଟନୀ କାର୍ଯ୍ୟକ୍ରମ, ଶିଶୁମାନଙ୍କ

ପାଇଁ ବିଭିନ୍ନ କାର୍ଯ୍ୟକଳାପ ଓ ପୁରସ୍କାର ବିତରଣ କରାଯାଉଛି। ଦ୍ୱିତୀୟ ଦିନରେ ଲୋକସେବା ଭବନର

କନ୍ଭେନ୍ସନ୍ ହଲ୍ରେ ଆୟୋଗର ବାର୍ଷିକ କାର୍ଯ୍ୟକଳାପର ବିବରଣୀ ଉପସ୍ଥାପନ ସହ ଆଗାମୀ ଦିନର

କାର୍ଯ୍ୟଯୋଜନା ଓ ଶିଶୁ ଅଧିକାର ସୁରକ୍ଷା ପାଇଁ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା

ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande