ସମ୍ଭାବ୍ୟ ବାତ୍ୟା ନେଇ ଗଜପତିରେ ୧୫୦ ଭୂସ୍ଖଳନ ସ୍ଥାନ ଚିହ୍ନଟ
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ସମ୍ଭାବ୍ୟ ବାତ୍ୟା ନେଇ ଗଜପତିରେ ୧୫୦ ଭୂସ୍ଖଳନ ସ୍ଥାନ ଚିହ୍ନଟ କରାଯାଇଛି । ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ସଂପର୍କରେ ଏସଆରସି ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗଜପତିରେ ୧୫୦ ଭୂସ୍ଖଳନ
ସମ୍ଭାବ୍ୟ ବାତ୍ୟା ନେଇ     ଗଜପତିରେ ୧୫୦ ଭୂସ୍ଖଳନ ସ୍ଥାନ ଚିହ୍ନଟ


ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ସମ୍ଭାବ୍ୟ ବାତ୍ୟା ନେଇ

ଗଜପତିରେ ୧୫୦ ଭୂସ୍ଖଳନ ସ୍ଥାନ ଚିହ୍ନଟ କରାଯାଇଛି । ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ

ପ୍ରସ୍ତୁତି ସଂପର୍କରେ ଏସଆରସି ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗଜପତିରେ

୧୫୦ ଭୂସ୍ଖଳନ ସ୍ଥାନ ଚିହ୍ନଟ କରାଯାଇଛି । ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କାମ ଆରମ୍ଭ ହୋଇଯିବ

। ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫ୍କୁ ଆହୁରି ଅଧିକ ମାତ୍ରାରେ ଷ୍ଟକ୍ କରାଯିବ ।

ଏହାସହିତ ବନ୍ୟା

କ୍ଷୟକ୍ଷତି ସଂପର୍କରେ ଏସଆରସିରାଜେଶ ପ୍ରଭାକର ପାଟିଲ ସୂଚନା ଦେଇ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର

୨୨ ବ୍ଲକ ଓ ୩୯୮ ଗାଁ ପ୍ରଭାବିତ ହୋଇଛି । ଗଞ୍ଜାମରେ ୧ ଲକ୍ଷ ୫ ହଜାର ଲୋକ ପ୍ରଭାବିତ

ହୋଇଛନ୍ତି । ୭୪ ହଜାର ହେକ୍ଟର ଚାଷ ଜମି, ୧ ହଜାର ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ସବୁ ମୋବାଇଲ ଟାୱାର

କାମ କଲାଣି, ବିଦ୍ୟୁତ

ରିଷ୍ଟୋର ହେଲାଣି । ୫୬ ପ୍ରତିଶତ ନଳକୂପ କାର୍ଯ୍ୟକ୍ଷମ ହୋଇ ସାରିଲାଣି । ଭଞ୍ଜନଗରର ଭୂସ୍ଖଳନ

ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ୧୨ ନିଖୋଜଙ୍କ ଭିତରୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande