
ଭୁବନେଶ୍ୱର, 01 ନଭେମ୍ବର (ହି.ସ.)- ବାତ୍ୟା
ପ୍ରଭାବିତ ଅଞ୍ଚଳରେ ଟେଲିକମ୍ ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ ନିମନ୍ତେ ମରାମତି କାର୍ଯ୍ୟ
ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ବାତ୍ୟା ଓ ଆକସ୍ମିକ
ବନ୍ୟା ପ୍ରଭାବିତ ୨୦ଟି ବ୍ଲକ୍ରେ ଟେଲିକମ୍ ଯୋଗାଯୋଗ ବ୍ୟବସ୍ଥା ସଫଳତାର ସହ ପୁନଃସ୍ଥାପିତ
ହୋଇଥିବା ବେଳେ ଅବଶିଷ୍ଟ ଅଞ୍ଚଳରେ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଏଥିସହ ପାଣିରେ ବୁଡ଼ି
ରହିଥିବା ବିଟିଏସ, ବ୍ୟାଟେରୀ, ପାୱାର ପ୍ଲାଣ୍ଟ ଓ ଡିଜି ସେଟ୍ ନିକଟରେ ପହଞ୍ଚିବା ସମ୍ଭବ ହେବା ପରେ
ପର୍ଯ୍ୟାୟକ୍ରମେ ମରାମତି ଓ ପୁନଃସ୍ଥାପନ କାର୍ଯ୍ୟ କରାଯାଉଛି। ଏଥିପାଇଁ ସ୍ୱତନ୍ତ୍ର ଟିମ୍ଗୁଡ଼ିକ
ନିରନ୍ତର କାର୍ଯ୍ୟରତ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା