
ଭୁବନେଶ୍ୱର, 01 ନଭେମ୍ବର (ହି.ସ.): ରାଜ୍ୟରେ
ଆଇପିଏସ୍ ସ୍ତରରେ ଏକ ଅଦଳବଦଳ ହୋଇଛି। ଏହି କ୍ରମରେ ବହୁ ବରିଷ୍ଠ ପୁଲିସ
ଅଧିକାରୀଙ୍କୁ ନୂତନ ଦାୟିତ୍ୱ ମିଳିଥିବା ବେଳେ କେତେକ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ମଧ୍ୟ
ପ୍ରଦାନ କରାଯାଇଛି। ଜେଲ୍ ବିଭାଗର ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସ୍ଡିଭାବେ ନିଯୁକ୍ତି ମିଳିଛି। ଏସ୍ଏଫ୍ଏସ୍ଏଲ୍ ନିର୍ଦ୍ଦେଶକ ସନ୍ତୋଷ
ବାଲାଙ୍କୁ ଜେଲ୍ ବିଭାଗ ଡିଜି ଦାୟିତ୍ୱର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅମିତାଭ ଠାକୁରଙ୍କୁ
କଟକସ୍ଥିତ ପରିବହନ କମିଶନର ଭାବେ ନିଯୁକ୍ତ କରାଯାଇଛି। ରାଜେଶ କୁମାରଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର
ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମାଙ୍କୁ
ଭିଜିଲାନ୍ସ ଡିଆଇଜିଭାବେ ନିଯୁକ୍ତ କରାଯାଇଛି। ଝାରସୁଗୁଡ଼ା ଏସ୍ପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ
ପୁଲିସ ମୁଖ୍ୟାଳୟର ଏଆଇଜି ଭାବେ ବଦଳି କରାଯାଇଛି। ନୂଆପଡ଼ା ଏସ୍ପି ଅମ୍ରିତପାଲ ସିଂଙ୍କୁ
ପୁଲିସ ମୁଖ୍ୟାଳୟର ଏସ୍ପି ଭାବେ ନିଯୁକ୍ତି ମିଳିଛି। ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡ଼ା
ଏସ୍ପି ଦାୟିତ୍ୱ ଦିଆଯାଇଛି। ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଏସ୍ପି ଭାବେ ନିଯୁକ୍ତ
କରାଯାଇଛି। ଏହି ପ୍ରଶାସନିକ ଅଦଳବଦଳ ମାଧ୍ୟମରେ ରାଜ୍ୟର ପୁଲିସ ଓ ପ୍ରଶାସନିକ ବ୍ୟବସ୍ଥାରେ
ଦାୟିତ୍ୱ ପୁନଃବଣ୍ଟନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା